ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାର୍ବଣ ଋତୁରେ ଦେବୀ ଦୁର୍ଗାଙ୍କ ଧରାବରଣ ପରେ ପରେ ଅବତରଣ କରିଛନ୍ତି ମା’ ଗଜଲକ୍ଷ୍ମୀ। ଗାଁ ଠାରୁ ସହର ସବୁଠି ଉତ୍ସବମୁଖର ହୋଇ ଉଠିଛି ପରିବେଶ। ଏଭଳି ଭକ୍ତିମୟ ପରିବେଶରେ ଏହି ଜିଲାରେ ଗଜଲକ୍ଷ୍ମୀ ପୂଜାର ସ୍ୱତନ୍ତ୍ର ପରିଚୟ ଥିବା ବନ୍ତ ବ୍ଲକ୍ର ପ୍ରତି ଛକରେ ତୋରଣ ସହିତ ଆଡମ୍ବର ସହକାରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ। ମା’ଙ୍କୁ ଦର୍ଶନ କରିବା ପାଇଁ ବେଶ୍ ଜନ ସମାଗମ ଦେଖିବାକୁ ମିଳିଥିବାବେଳେ ସର୍ବସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ। ସେ ବନ୍ତ ବଜାର ସ୍ଥିତ ପୂଜା ମଣ୍ଡପ ବୁଲିବା ସହ ଏହି ବ୍ଲକ୍ର ଛୟାଳସିଂ ଗ୍ରାମପଂଚାୟତର ମା’ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପଳସା ଉପରସାହିର ମଣ୍ଡପ, ଗୋପାଳପୁର ପୂଜା ମଣ୍ଡପ, ଦୋଳପଦୀର ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି। ତାଙ୍କ ସାଥୀରେ ସ୍ଥାନୀୟ ଅଂଚଳ ନେତୃମଣ୍ଡଳୀ ରହିଥିଲେ।








