Home ଜିଲ୍ଲା ପରିକ୍ରମା ବନ୍ତ ଆଗରପଡ଼ା ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା

ବନ୍ତ ଆଗରପଡ଼ା ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା

13
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ଓ ଡ.ମହତାବ ମଣ୍ଡଳ ଆଗରପଡ଼ା ବିଜେପି ପକ୍ଷରୁ ଦୁଇଗୋଟି ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନରେ ବନ୍ତ ମଣ୍ଡଳ ପକ୍ଷରୁ ଗଣିଜାଙ୍ଗ ସ୍ଥିତ ତାରିଣୀ ମନ୍ଦିର ଠାରୁ ଶତାଧିକ ଦଳୀୟ କର୍ମୀ ହାତରେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ସ୍ଲୋଗାନ୍ ଦେଇ ବାଇକ୍ ଶୋଭାଯାତ୍ରାରେ ଛୟାଳସିଂ, ଟିଲୋ, ବନ୍ତ ବଜାର ହୋଇ ଶ୍ରୀବନ୍ତପୁର ତାରିଣୀ ମନ୍ଦିର ଠାରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା । ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଶୁଂ ଶେଖର ନାୟକଙ୍କ ତତ୍ୱାବଧାନରେ ମଣ୍ଡଳ ସଭାପତି ସନ୍ତୋଷ ନାୟକ, ପୂର୍ବତନ ସରପଂଚ କୃପାସିନ୍ଧୁ ସେଠୀ,ଭାଗିରଥି ସେଠୀ, ବରିଷ୍ଠ କର୍ମୀ କମଳାକାନ୍ତ ସାହୁ, ସୁଧିର ନାୟକ, ମାଧବାନନ୍ଦ ଦାସ, ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ପହି, ହରେକୃଷ୍ଣ ସେନାପତି, ରତିକାନ୍ତ ବାରିକ, ଲକ୍ଷ୍ମୀଧର କର, ଗୌରାଙ୍ଗ ବେହେରା,କୌଶିକ ଜେନା, ବିଳାସ ଦାସ, ଜୟନ୍ତ ପଣ୍ଡା, ହେମନ୍ତ ମଳ୍ଳିକ, ସନାତନ ସାହୁ ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ଥିଲେ । ସେହିପରି ମହତାବ ମଣ୍ଡଳ ପକ୍ଷରୁ ଆଗରପଡ଼ା ଥାନା ପରିସରରୁ ଏହି ଶୋଭାଯାତ୍ରା ବାହାରିଥିଲା । ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ଆବାହକତ୍ୱରେ ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁବାଷ ପଣ୍ଡା, ବସନ୍ତ ନାୟକ,ତପନ ସିଂହ, ତବାରକ ସାହା,ଧିବର ସାମଲ, ଗିରିଜା ଶଙ୍କର ପଣ୍ଡା, ମଦନମୋହନ ଦାଶ,ଅନିରୁଦ୍ଧ ସିଂହ, ମଦନ କଟୁଆଳ, ରମାକାନ୍ତ ନାୟକ, ଅତଶୀ ପଣ୍ଡା, ସୁଭେନ୍ଦୁ ବେହେରା, ଶିବନାରାୟଣ ସିଂହ,ଶଶିକାନ୍ତ ମହାକୁଡ ପ୍ରମୁଖ ବଡ଼ମହିଷଗୋଠ, ଚାରିଗାଁ, ଅଣିଜୋ, ଗୋପିନାଥପୁର, ବି.ଟି ପୁର, ପୁରୁଷଣ୍ଢ, ମହାନ୍ତିପଡା ଆଦି ପଂଚାୟତ ପରିକ୍ରମା କରିବା ପରେ ଆଡିଆ ସ୍ଥିତ ହନୁମାନ ଛକ ଠାରେ ଏହି ଶୋଭାଯାତ୍ରା ପହଂଚିଥିଲା । ଅପରେସନ୍ ସିନ୍ଦୁରର ସଫଳତା ଏବଂ ପାକିସ୍ତାନ ବିରୋଧରେ ନାରା ଦେଇ କର୍ମୀ ମାନେ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.