Home ଜିଲ୍ଲା ପରିକ୍ରମା ବନ୍ତରେ ‘ମୁଁ ବି ମିତା’ କାର୍ଯ୍ୟକ୍ରମ

ବନ୍ତରେ ‘ମୁଁ ବି ମିତା’ କାର୍ଯ୍ୟକ୍ରମ

24

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସହ ତାଲିକାରେ ନୂତନ ଭୋଟର ଯେଉଁ ମାନଙ୍କ ବୟସ ୧୮ବର୍ଷ ପୂର୍ଣ୍ଣ ହୋଇଛି ଏବଂ ଭାବି ଭୋଟର ମାନଙ୍କ ନାମ ପଞ୍ଜିକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ପ୍ରୋତ୍ସାହିତ କରିବା ହେଉଛି ମୁଁ ବି ମିତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସଭା ଗୃହରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ସେଠୀ କହଛନ୍ତି । ଏଥିରେ ତହସିଲଦାର ଅଙ୍କିତା ବାରିକ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ,ବ୍ଲକ ସୁପର୍ ଭାଇଜର ସୁକାନ୍ତ କୁମାର ବେହେରା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ହରେକୃଷ୍ଣ ମହତାବ ମହାବିଦ୍ୟାଳୟ କେନ୍ଦୁଆପଦା,ଆଗରପଡ଼ା ମହାବିଦ୍ୟାଳୟ,କମଳା କିଶୋରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଆଗରପଡ଼ା ମହିଳା ମହାବିଦ୍ୟାଳୟ,ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ୩୫ଜଣ ମହିଳା ସ୍ୱେଚ୍ଛାସେବୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ । ଛାତ୍ରୀ ମାନେ କ୍ୟାମ୍ପସ୍ ଆମ୍ବାସଡ଼ର ଭାବେ ଭୋଟର ମାନଙ୍କର ତାଲିକାରେ ନାମ ପଞ୍ଜିକରଣ ସହ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଏବଂ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ସହାୟତା ଯୋଗାଇବେ । ଫଳରେ ଗଣତନ୍ତ୍ରର ସୁଦୃଢ଼ି କରଣ ସହ ସୁନ୍ଦର ଦେଶ ଗଠନ ହୋଇପାରିବ ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ଟୋପି ଓ ବ୍ୟାଚ୍ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.