Home ଜିଲ୍ଲା ପରିକ୍ରମା ବନ୍ତରେ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ

ବନ୍ତରେ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ

13

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ନିଳାଚଂଳ ନିଖିଳତ୍କଳ ପାଲାଗାୟକ ପରିଷଦ ଭଦ୍ରକ,ବାଲେଶ୍ୱର ଶାଖାର ୪୫ ତମ ୨ ଦିନିଆ ବାର୍ଷିକ ସମ୍ମିଳନୀ ବନ୍ତ ବ୍ଲକ ଷେଣ୍ଢତିରା ପଂଚାୟତ ମା ଅଣ୍ଢିଆଶୁଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଡ.ରାଜକିଶୋର ନାୟକଙ୍କ ପୌରହିତରେ ରାଜ୍ୟସଭାପତି ମଦନମୋହନ ଜେନା, ସମ୍ପାଦକ ବସନ୍ତ ରାଉତ, ଯୁଧିଷ୍ଟିର ପରିଡା, ସୁଦର୍ଶନ ମହାପାତ୍ର,ନାଟ୍ୟ ସମ୍ରାଟ ପୁରୁଷୋତମ ବେହେରା, ଗାୟକ ବାବଜୀ ଚରଣ ରାଉତ, ସ୍ମିତାଶ୍ରୀ ଦାସ, ଗାୟକ ପାରିଜାତ ଦାମୋଦର ଦାଶ, ଧନେଶ୍ୱର ଖଣ୍ଡାଇ, ସୂର୍ଯ୍ୟମଣି ଘଡାଇ, ଡ.ସନ୍ତୋଷ ମହାପାତ୍ର ପ୍ରମୁଖ ମଚାଂସୀନ ରହି ପ୍ରାଚୀନ ଲୋକ କଳାର ଗ୍ରହଣୀୟତା ବୃଦ୍ଧି ନେଇ ଆଲୋକପାତ କରିଥିଲେ । ଏହି ଅବସରରେ ଦୁଇ ଜିଲ୍ଲା ଶାଖାର କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଉପଦେଷ୍ଟା ପଣ୍ଡିତ ନିତ୍ୟାନନ୍ଦ ବାରିକଙ୍କ ପରିଚାଳନାରେ ସଭାପତି ଭାବେ ଡ.ରାଜକିଶୋର ନାୟକ,ଉପ-ସଭାପତି ଚକ୍ରବର୍ତୀ ବିଜୟ କୁମାର ଘୋଷ, ସମ୍ପାଦକ ଚନ୍ଦ୍ର ଶେଖର ପାଢୀ, ସହ-ସମ୍ପାଦକ ନବ କୁମାର ଲେଙ୍କା, ରାମଚନ୍ଦ୍ର ବିଶ୍ୱାଳ, ସାଂସ୍କୃତିକ ସମ୍ପାଦକ ଦାମୋଦର ଦାଶ, ବସନ୍ତ କୁମାର ସ୍ୱାଇଁ, କଳାକାର ନାୟକ, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ସୂତାର,ପ୍ରଶାନ୍ତ ବେହେରା, ନିରାକାର ଜେନା, ସୁରେଶ ବେହେରା, ବିଜୟ କୁମାର ସାହୁ, ଲକ୍ଷ୍ମୀକାନ୍ତ ନାଥ, ସସ୍ମିତା ନାଥ, ପଦ୍ମାବତୀ ମାଝୀ, ଉଷାରାଣୀ ଦାସ, କବିତାରାଣୀ ଦେ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପାଲା ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.