Home ଜିଲ୍ଲା ପରିକ୍ରମା ବନ୍ତରେ ଜାତୀୟ କଂଗ୍ରେସର ବନ୍ଧୁମିଳନ

ବନ୍ତରେ ଜାତୀୟ କଂଗ୍ରେସର ବନ୍ଧୁମିଳନ

6

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବଜାରସ୍ଥିତ ଡିଗୀ ପୋଖରୀ ଠାରେ କଂଗ୍ରେସର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ଜ୍ୟୋତି ରଞ୍ଜନ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ ପଂଚାୟତ ନିର୍ବାଚନରେ ଲଢିବା ପାଇଁ ଏକଜୁଟ୍ ହେବାକୁ ପରାମର୍ଶ ଦେଇଥିଲେ । ୧୬ନଂ.ଜୋନ୍ କଂଗ୍ରେସ ସଭାପତି ନିରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ରାଜୀବ ଗାନ୍ଧୀ ଫାଉଣ୍ଡେସନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଜେନା, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସାଦ୍ଦ ସିଦ୍ଦିକ୍‌, ବିଟିପୁରର ପୂର୍ବତନ ସରପଞ୍ଚ ସତ୍ୟବାନ ଦାସ, ଅଣିଜୋର ପୂର୍ବତନ ସରପଂଚଞ୍ଚ ଜଗବନ୍ଧୁ ବେହେରା, ପଧାନପଡାର ପୂର୍ବତନ ସରପଚଂ ମୁସ୍ତାକ୍ ଅଲ୍ଲୀ ଖାଁ, ମହାନ୍ତିପଡାର ପୂର୍ବତନ ସରପଂଚ କଳ୍ପତରୁ ସାହୁ, ବରିଷ୍ଠ ନେତା ପ୍ରଫୁଲ୍ଲ ରାଉତ, ନରେନ୍ଦ୍ର ସେଠୀ, କାର୍ତିକ ଜେନା, ବାଙ୍କ ବିହାରୀ ଜେନା, ସମାଜସେବୀ ଚିତ ରଞ୍ଜନ ସାମନ୍ତରାୟ, ବନ୍ତ ପଂଚାୟତର ସଭାପତି ଅଜୟ କୁମାର ମହାନ୍ତି, ବ୍ଲକ ଯୁବ କଂଗ୍ରେସ ସଭାପତି ସନ୍ଦୀପ କୁମାର ଜେନା, ଯୁବନେତା ଦେବଦତ ଜଗଜୀତ୍ ଜେନା ପ୍ରମୁଖ ମଂଚାସୀନ ଥିଲେ । ପୂର୍ବତନ ସରପଂଚଞ୍ଚ ରବି ନାରାୟଣ ମହାନ୍ତି ଅତିଥି ପରିଚୟ ଓ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଟିପୁର ପଚାଂୟତର ଭାସ୍କର ଚନ୍ଦ୍ର ମଳ୍ଳିକ ଅନ୍ୟ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନିକି ମଇକାପ, ସୟଦ ମଇଫୁଜ୍‌ଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ୨୫ ପଂଚାୟତରୁ ହଜାରେ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.