Home ଜିଲ୍ଲା ପରିକ୍ରମା ବନ୍ତରେ ଜନ ଅଭିଯୋଗ ଶୁଣାଣି ଶିବିର

ବନ୍ତରେ ଜନ ଅଭିଯୋଗ ଶୁଣାଣି ଶିବିର

13

ଭଦ୍ରକ, ୧୩ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲାପାଳ ଦୀଲିପ କୁମାର ରାଉତରାୟ ଯୋଗ ଦେଇ ୮୫ ଅଭିଯୋଗର ଶୁଣାଣୀ କରିଥିଲେ । ସେଥି ମଧ୍ୟରେ ସରକାରୀ ସହାୟତା ୧୨, ଭତା ୬, ରାସନ କାର୍ଡ ୬, ଆର.ଓ.ଆର ସଂଶୋଧନ ୫, ଧାନ ପ୍ରକ୍ରିୟାକରଣ ୪, ରାସ୍ତା ମରାମତି ୪, ପ୍ରଧାନମନ୍ତ୍ରୀ ଆବାସ ୩, ଜବର ଦଖଲ ଉଚ୍ଛେଦ ୩, ଜମିଜମା ୩, ଭୂମିହୀନଙ୍କୁ ପଟ୍ଟା ୩, ଅଙ୍ଗନୱାଡି ୨ ଆଦିର ଅଭିଯୋଗଥିଲା । ସେହିପରି ନାମଜାରୀ, ଥାନା, ପୂର୍ତ ବିଭାଗ କାର୍ଯ୍ୟରେ ଦୁର୍ନୀତି, ଜଳ ନିଷ୍କାସନ, ଲେବର କାର୍ଡର୍ ଷ୍ଟାଇପେଣ୍ଡ, ଶିକ୍ଷକ ନିଯୁକ୍ତି, ସ୍ପିଡି ବ୍ରେକର ନିର୍ମାଣ, ପିଏମ୍ କିଶାନ ଓ ସିଏମ କିଶାନ, ବିଦ୍ୟୁତ୍‌, ବିକ୍ରି କବଲା ବାତିଲ, ବସୁନ୍ଧରା ଯୋଜନା, ରାସନ ଚାଉଳ, ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ, ରାସ୍ତା ଓ ଚାଷ ଜମିରୁ ଜବର ଦଖଲ ଉଚ୍ଛେଦ, ସିନ୍ଧୁକେଶ୍ୱର ମହାଦେବ ମନ୍ଦିରର ପୁନରୁଦ୍ଧାର, କେନାଲ ପାଣି, ଉଠା ଜଳ ସେଚନ, ପ୍ରଧାନମନ୍ତ୍ରୀ ଆବାସ ବୋନସ ଅର୍ଥ, ଶ୍ରବଣ ଯନ୍ତ୍ର ପ୍ରଦାନ ଆଦି ଅଭିଯୋଗ ରହିଥିଲା । ସେହିପରି ଗତ ୨୪-୩-୨୦୨୫ ଅଭିଯୋଗ ଶୁଣାଣିରେ ହୋଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ନେଇ ଷେଣ୍ଢତୀରା ପଚାଂୟତ ଆଳମଙ୍ଗା ଗ୍ରାମର ରମେଶ ଜେନା ଅଭିଯୋଗ କରିଥିଲେ । ବସନ୍ତିଆ ସମବାୟ ସମିତିରେ ତାଲା ପକା ଯିବା ସମ୍ବନ୍ଧରେ ସମିତିର ସଭାପତି ବସନ୍ତ କୁମାର ବେହେରା ଓ ଅନ୍ୟ ମାନେ ଅଭିଯୋଗ କରିଥିଲେ । ଚାଇଁପୁର ସମବାୟ ସମିତିରେ ସମ୍ପାଦକ ଓ ସହ-ସମ୍ପାଦକ ନିଯୁ୍‌କ୍ତି କରିବା ନେଇ ସମିତିର ସଭାପତି ଅଜୟ କୁମାର ନାୟକ ଅଭିଯୋଗ କରିଥିଲେ । ବସନ୍ତିଆ ସମବାୟ ସମିତି ବିରୁଦ୍ଧରେ ସୁଶୀଲ କୁମାର ମୈକାପଙ୍କ ସମେତ ଅନ୍ୟ ମାନେ ଅଭିଯୋଗ କରିଥିଲେ । ତୋଡଗାଁ ପିଇଓଙ୍କ ବିରୁଦ୍ଧରେ ରଜନୀ ଶିଅଳ ଅଭିଯୋଗ କରିଥିଲେ । ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ତରାଗୋ ଗ୍ରାମର ନିରଞ୍ଜନ ଖଟୁଆ ଅଭିଯୋଗ କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା, ଏଡିଏମ(ରେଭିନ୍ୟୁ) ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର(ଜି.ଏମ) ଜ୍ଞାନ ରଞ୍ଜନ ସାହୁ, ବିଡିଓ ସୀତାକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ସାରା ହେମ୍ବ୍ରମ, ଡିଏସଏସଓ ସୁବାଷ ଚନ୍ଦ୍ର ନାୟକ, ଡିଏସଡବ୍ଲ୍ୟୁଓ, ସିଏସଓ ମନ ମୋହନ ପଟ୍ଟନାୟକ, ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ, ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପରମାନନ୍ଦ ବେହେରା, ଆର.ଡବ୍ଲ୍ୟୁ-୧ ଅଧିକ୍ଷଣ ଯନ୍ତ୍ରୀ ଗଣେଶ ହେମ୍ବ୍ରମ୍‌, ଡ୍ରେନେଜ୍ ଅଧିକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ବେହେରା, ଟିପିଏନଓଡିଏଲ ଏସଡିଓ ଦୀପ୍ତି ରଞ୍ଜନ ବିଶ୍ୱାଳ, ସିଡିଭିଓ ହୃଷିକେଶ ବେହେରା, ଆରଡବ୍ଲ୍ୟୁଏସଏସ ଅଧିକ୍ଷଣ ଯନ୍ତ୍ରୀ, ଡ୍ରେନେଜ୍ ଅଧିକ୍ଷଣ ଯନ୍ତ୍ରୀ, ଜିଲା ମୃତିକା ସଂରକ୍ଷଣ ଅଧିକାରୀ, ଜିପିଡିଓ ସୂଚୀସ୍ମିତା ବାରିକ, ଆର.ଡବ୍ଲ୍ୟୁ.ଏସ.ଏସ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ବନ୍ତ ଜଳ ସେଚନ ବିଭାଗ ଏସ.ଡି.ଓ ଦୀପକ କୁମାର ସାମଲ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ବିଏସଏସଓ ପ୍ରକାଶ ସାହୁ, ସିଡିପିଓ ଆଲାଦି ମାରାଣ୍ଡି, ଆର.ଡି କନିଷ୍ଠ ଯନ୍ତ୍ରୀ ସୁରଥ ବେହେରା, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥଙ୍କ ସମେତ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଭିଯୋଗ ପଞ୍ଜୀକରଣ ଦାୟିତ୍ୱରେ ଲଳିତ ହେମ୍ବ୍ରମ, ନିତ୍ୟାନନ୍ଦ ନାୟକ ଥିବା ବେଳୋ ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.