Home ଅପରାଧ ବନବିଭାଗର ମିଳିତ ଚଢାଉ ୯ ସାଇକେଲ ସହ ୧୯ ସିଲପଟ୍ ଜବତ

ବନବିଭାଗର ମିଳିତ ଚଢାଉ ୯ ସାଇକେଲ ସହ ୧୯ ସିଲପଟ୍ ଜବତ

87

ହରିଚନପୁର,ତା ୧୩ ନଭେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଭଗାମୁଣ୍ଡା ସେକ୍ସନ ଶଗଡପଟା ଗ୍ରାମ ପଞ୍ଚାୟତ କୁମ୍ଭିଟାଙ୍ଗିରି ଗ୍ରାମ ନିକଟସ୍ଥ ଜଙ୍ଗଲରେ କାଲି ସନ୍ଧ୍ୟା ୭.୩୦ ମିନିଟ ସମୟରେ ବନବିଭାଗର ମିଳିତ ଚଢାଉ ହୋଇଥିଲା । ଉକ୍ତ ଚଢ଼ାଉରେ ମାଫିଆମାନେ ଖସି ପଳାଇଥିବା ବେଳେ ୯ଟି ସାଇକେଲ ସହ ୧୯ଟି କୁମ୍ଭି ଓ କଟାକଶି ସିଲପଟ ଜବତ୍ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଜବତ ହୋଇଥିବା କାଠ ଗୁଡ଼ିକର ମୂଲ୍ୟ ୪୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି । ଖବର ଅନୁଯାୟୀ ଉକ୍ତ ଜଙ୍ଗଲରୁ ମାଫିଆମାନେ ସାଇକେଲ ଯୋଗେ ମୂଲ୍ୟବାନ ଗଛକୁ କାଟି ସିଲପଟ୍ କରି ରାତିରେ ଚୋରା ଚାଲାଣ କରିଥାନ୍ତି । କୌଣସି ସୂତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓ ଅଜିତ କୁମାର ସତପଥିଙ୍କ ନିର୍ଦ୍ଦେଶକ୍ରମେ ଏହି ମିଳିତ ଚଢ଼ାଉ କରାଯାଇଥିଲା । ଦେଓଗାଁ ରେଞ୍ଜର ଓ ଅନ୍ୟ କର୍ମଚାରୀ, ଭଗାମୁଣ୍ଡା ବନପାଳ ଓ ଅନ୍ୟ କର୍ମଚାରୀ, ହରିଚନ୍ଦନପୁର ବନପାଳ ଓ ଅନ୍ୟ କର୍ମଚାରୀଙ୍କ ମିଳିତ ଚଢ଼ାଉରେ ଏହା ସଫଳ ହୋଇଥିଲା । ଜବତ ହୋଇଥିବା କାଠ ଓ ସାଇକେଲ ଗୁଡିକୁ ଗାଡ଼ି ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.