ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ବଧୂ ମିନତୀ ସାହୁଙ୍କୁ ଶାଶୁଘର ଲୋକେ ଯୌତୁକ ଦାବିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ ଆମ୍ପର ଗ୍ରାମର ମିନତୀ(୩୬) ଗତ ୧୩ ବର୍ଷ ପୂର୍ବେ ପରମାନନ୍ଦପୁର ଗ୍ରାମର ଶରତ ସାହୁଙ୍କୁ ବୈଦିକ ରୀତିରେ ଯାନିଯୌତୁକ ସହ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ମିନତୀକୁ ଶାଶୁଘର ଲୋକେ କ୍ରମାଗତ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଗତ ୨୩ ତାରିଖ ରାତ୍ରରେ ମିନତୀକୁ ସ୍ୱାମୀ ଶରତ ହତ୍ୟା କରିଥିବା ଖବର ପାଇ ବାପଘର ଲୋକେ ଘଟଣାସ୍ଥଳକୁ ଯାଇଥିଲେ । ମୃତ ମିନତୀର ଭାଇ ମନୋରଞ୍ଜନ ନାୟକ ଏଥିନେଇ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ୧୧୮/୨୩ନଂ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ କରାଯାଇଥିଲା । ଅଭିଯୁକ୍ତ ସ୍ୱାମୀ ଶରତକୁ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।