Home ଜିଲ୍ଲା ପରିକ୍ରମା ବଦଳିଲେ ସିଦ୍ଧେଶ୍ୱର, ଆସିଲେ ଦିଲ୍ଲୀପ

ବଦଳିଲେ ସିଦ୍ଧେଶ୍ୱର, ଆସିଲେ ଦିଲ୍ଲୀପ

32

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୭ଟି ଜିଲାର ଜିଲାପାଳଙ୍କ ବଦଳି ହୋଇଛି । ଏହି ବିଜ୍ଞପ୍ତିରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ବଦଳି ହୋଇଛି । ତାଙ୍କୁ ସମ୍ବଲପୁର ଜିଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ବଦଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲାପାଳ ଭାବେ ବଦଳି କରାଯାଇଛି । ସୂଚନାଯୋଗ୍ୟ ଗତ ତା ୨୦.୦୬.୨୦୨୨ ତାରିଖରେ ଅର୍ଥାତ୍ ପ୍ରାୟ ୨ ବର୍ଷ ୨ ମାସ କାଳ ଭଦ୍ରକ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ବୋନ୍ଦରଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ଆସନ୍ତା ସୋମବାର ନୂତନ ଜିଲାପାଳ ଶ୍ରୀ ରାଉତରାୟ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.