Home ଜିଲ୍ଲା ପରିକ୍ରମା ବଦଳିବ ଖାଉଟି ସାମଗ୍ରୀ ବଂଟନ ସଂସ୍ଥା, ବ୍ଲକରେ ପାଳସାହି ଲୋକଙ୍କ ଆଗୁଆ ପ୍ରତିବାଦ

ବଦଳିବ ଖାଉଟି ସାମଗ୍ରୀ ବଂଟନ ସଂସ୍ଥା, ବ୍ଲକରେ ପାଳସାହି ଲୋକଙ୍କ ଆଗୁଆ ପ୍ରତିବାଦ

6

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ପାଳସାହି ପଂଚାୟତରେ ବର୍ତମାନ ଖାଉଟି ସାମଗ୍ରୀ ବିତରଣ କରୁଥିବା ସ୍ୱୟଂସହାୟକ ଗୋଷ୍ଠୀ ଦାୟିତ୍ୱରୁ ହଟିବେ ବୋଲି ଶୁଣାଯାଉଛି।ଏହାକୁ କେନ୍ଦ୍ରକରି ପାଳସାହି ପଂଚାୟତର ଶତାଧିକ ପୁରୁଷ ଓ ମହିଳା ଆଜି ଧାମନଗର ବ୍ଲକ ପରିସରରେ ଆଗୁଆ ପ୍ରତିବାଦ କରିଛନ୍ତି।ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ପାଳସାହି ଅଂଚଳର କିଛି ଲୋକ ଏକ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି ଯେ ଓମ ଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସରକାରୀ ଖାଉଟି ସାମଗ୍ରୀ ବଂଟନ ଦାୟିତ୍ୱ ତୁଲାଉଛନ୍ତି।ଗୋଷ୍ଠୀ ପକ୍ଷରୁ ଏହାକୁ ବେତାଳିଗାଁ ବଜାରରେ ଦିଆଯାଉଥିବାରୁ ସମସ୍ତ ହିତାଧିକାରୀ ସୁବିଧାରେ ପାଉଛନ୍ତି।ସେମାନେ ଶୁଣିବାକୁ ପାଇଛନ୍ତି କି ଆସନ୍ତା ନଭେମ୍ବର ମାସ ଠାରୁ ଓମ ଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ପରିବର୍ତେ ମା’କାଳୀ ସ୍ୱୟଂ ସହାୟକ ଗୋଷ୍ଠୀ ପଂଚାୟତର ଖାଉଟି ସାମଗ୍ରୀ ବିତରଣ ଦାୟିତ୍ୱ ନେବ।ଯାହା ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ।ଏଣୁ ପୂର୍ବ ପରି ଓମ ଶାନ୍ତି ଏସଏଚଜିକୁ ଦାୟିତ୍ୱରେ ରଖାଯାଉ। ଏଭଳି ଅଭିଯୋଗ ଆଣି ଶତାଧିକ ପୁରୁଷ ମହିଳା ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର ନେତାଙ୍କ ସହ ମିଶି ହଠାତ ଶୁକ୍ରବାର ଧାମନଗର ପଂଚାୟତ ସମିତି ପରିସରରେ ଥିବା ବିଡିଓଙ୍କ ଅଫିସରେ ପଶି ହୋ-ହଲ୍ଲା କରିଥିଲେ।ଖାଦ୍ୟ ଯୋଗାଣ ସାମଗ୍ରୀ ବଂଟନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ଜନସାଧାରଣ ସେମାନଙ୍କ ଅଭିଯୋଗ ନେଇ ପୂର୍ବରୁ କୌଣସି ଦରଖାସ୍ତ କି ସୂଚନା ଦେଇନଥିବା ସ୍ଥଳେ ହଠାତ ଅଫିସରେ ପଶି ପାଟିତୁଣ୍ଡ କରିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଦା।ସେ କହିଛନ୍ତି ଯେ ଅଭିଯୋଗ ମିଳିଲା ଆଜି,ଏଣୁ ସାଧାରଣ ହିତାଧିକାରୀମାନେ କିପରି ସୁବିଧାରେ ଖାଉଟି ଜିନିଷପତ୍ର ପାଇ ପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ।ଏହି ସମୟରେ ଧାମନଗର ଯୋଗାଣ ଅଧିକାରୀ ରସାନନ୍ଦ ସାହୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.