Home କେନ୍ଦୁଝର ବଣିଆପଙ୍କ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଭିଡିଓ ଭାଇରାଲ କଲେ ଅନ୍ତେବାସୀ

ବଣିଆପଙ୍କ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଭିଡିଓ ଭାଇରାଲ କଲେ ଅନ୍ତେବାସୀ

207

ହାଟଡିହି-୨୪/୫, ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ବଣିଆପଙ୍କ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଗତକାଲି ରାତିରୁ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ଅନ୍ତେବାସୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା ସହ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ସଙ୍ଗରୋଧ କେନ୍ଦ୍ରରେ ଏବେ ୩୫ରୁ ୪୦ଜଣ ପ୍ରବାସୀ ଓଡିଆ ରହୁଥିବାବେଳେ ସେମାନଙ୍କୁ ଠିକ ସମୟରେ ଖାଇବା ପିଇବା ଦିଆଯାଉ ନାହିଁ । ବହୁ କମ ପରିମାଣର ଖାଦ୍ୟ ଦିଆଯାଉଛି । ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ଚା ଓ ବିସ୍କୁଟ ଦିଆଯାଇଥିବାବେଳେ ରାତି ୯ଟା ୨୦ରେ ଭାତ ଦିଆଯାଇଥିଲା । କିନ୍ତୁ ଡାଲି, କି ତରକାରୀ କିଛି ଦିଆଯାଇ ନଥିଲା । ପୁଣି ରାତି ୧୧ଟାବେଳେ ଡାଲମା ଓ ଖଟା ଆଣି ଦିଆଗଲା । ସେତେବେଳେକୁ ପଲିଥିନିରେ ଦିଆଯାଇଥିବା ଭାତ ଶୁଖିଯାଇ ଚାଉଳ ହୋଇଗଲାଣି । ତେଣୁ ଅନ୍ତେବାସୀମାନେ ଏହାର ପ୍ରତିବାଦ କରିବାରୁ ଯେଉଁମାନେ ଖାଦ୍ୟ ପରିବେଷଣ କରିବାକୁ ଆସିଥିଲେ ସେମାନେ କହିଲେ କି ଖାଇଲେ ଖାଅ ନଖାଇଲେ ନାହିଁ । ଫଳରେ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପଞ୍ଚାୟତ କର୍ତ୍ତୁପକ୍ଷ ସେମାନଙ୍କୁ ଅଣଦେଖା କରୁଥିବା ଓ ରହିବା ଦିନଠାରୁ ସରପଞ୍ଚ କି ିପିଇଓ ସେହି ସଙ୍ଗରୋଧ କେନ୍ଦ୍ରକୁ ଯାଇ ସେମାନଙ୍କ ଭଲମନ୍ଦ ସମ୍ପର୍କରେ ନବୁଝିବା ସେମାନଙ୍କୁ ବ୍ୟତିଥ କରିଥିଲା । ଫଳରେ ସେମାନେ ଖାଦ୍ୟ ଖାଇ ନଥିଲେ । ସେହିପରି ଖାଦ୍ୟ ପରିବେଷଣ କରୁଥିବା ଲୋକଙ୍କ ବ୍ୟବହାରରେ ଏମାନେ ଅତିଷ୍ଠ ହୋଇ ଗଲେଣି । ସରକାର ଖାଦ୍ୟ ପାଇଁ ୧୨୦ଟଙ୍କା ଯୋଗାଇ ଦେଉଥିବାବେଳେ ଯଦି ପଞ୍ଚାୟତର ଅସୁବିଧା ହେଉଛି ତେବେ ତାହା ଅନ୍ତେବାସୀଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରାଯାଉ ଓ ସେମାନଙ୍କ ପରିବାର ଲୋକେ ଘରୁ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଦେବେ ବୋଲି ପ୍ରସ୍ତାବ ଦେଇଛନ୍ତି । ସେମାନଙ୍କୁ ଏପରି ହୀନ ଚକ୍ଷୁରେ ଦେଖୁଛନ୍ତି କଣ ପାଇଁ ବୋଲି ସେମକାନେ ପ୍ରଶ୍ନ କରିଛନ୍ତି । ଏନେଇ ସେମାନେ ସୋସିଆଲ ମିଡିଆରେ ଏକ ଭିଡିଓ କରି ଭାଇରାଲ କରିବାପରେ ସରପଞ୍ଚଙ୍କ ପ୍ରତିନିଧି ରାଜେନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ବିସ୍କୁଟ ଦେଇଥିଲେ । ଏ ସମ୍ପର୍କରେ ସରପଞ୍ଚ ନିରୁପମା ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ୩ଟି କେନ୍ଦ୍ରରେ ପ୍ରବାସୀମାନେ ରହୁଥିବାରୁ ଓ ଦେବାନେବା ପାଇଁ ଆବଶ୍ୟକ ଲୋକ ମିଳୁନଥିବାରୁ ଏପରି ଅବସ୍ଥା ଦେଖା ଦେଇଛି । ଜଣେ ଲୋକ ଦେବାନେବା କରୁଥିବାରୁ ଗତକାଲି ଖାଦ୍ୟ ପରିବେଷଣରେ ଟିକେ ବିଳମ୍ବ ହେଲା ବୋଲି ସେ ସ୍ୱୀକାର କରିଛନ୍ତି । କରୋନା ମୁକାବିଲା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରବାସୀ ଓଡିଆ ମାନଙ୍କୁ ସୁ ବ୍ୟବସ୍ଥାରେ କ୍ୱାରେଣ୍ଟାଇନରେ ରଖିବାକୁ ବ୍ୟାପକ ଅର୍ଥ ଯୋଗାଇ ଦେଇଛନ୍ତି । ପଞ୍ଚାୟତର ସରାପଞ୍ଚ ମାନେ ଏହାକୁ ସୁଚାରୁରୁପେ ପରିଚାଳନା ପାଇଁ ସେମାନଙ୍କୁ ଜିଲାପାଳଙ୍କ କ୍ଷମତା ମଧ୍ୟ ଦିଆଯାଇଛି । କ୍ୱାରେଣ୍ଟାଇନରେ ରହୁଥିବା ଅନ୍ତେବାସୀ ମାନଙ୍କୁ କି କି ପ୍ରକାର ଖାଦ୍ୟ ଦିଆଯିବ ସେନେଇ ମଧ୍ୟ ତାଲିକା ଦେଇଛନ୍ତି । କିନ୍ତୁ କେତେକ ସ୍ଥାନରେ ଚରମ ଅବ୍ୟବସ୍ଥାକୁ ନେଇ ନାନା ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଯେ ସଙ୍ଗରୋଧରେ ଥିବା ଅନ୍ତେବାସୀ ମାନେ କିପରି ରହିଛନ୍ତି, ସେମାନଙ୍କୁ କିପରି ଖାଦ୍ୟ ଦିଆଯାଉଛି ତାହାକୁ କେହି ଉଚ୍ଚ ପଦାଧିକାରୀ ଅନୁଧ୍ୟାନ କରୁ ନାହାନ୍ତି । ଯାହାଦ୍ୱାରାକି କିଛି ପଞ୍ଚାୟତରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.