ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିଦିନ ଧରି ଲଘୁଚାପ ଜନିତ ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବୈତରଣୀ ଫୁଲି ବନ୍ୟାଜନିତ ବିପଦ ଘନେଇଛି। ଏଭଳି ଘଡିସନ୍ଧି ମୁହୂର୍ତରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଏହି ବ୍ଲକର ଆଖୁଆପଦା ସ୍ଥିତି ଆନିକଟ ଠାରେ ପହଂଚି ଜଳସେଚନ ବିଭାଗର ଯନ୍ତ୍ରୀ,କାର୍ଯ୍ୟ ନିର୍ବାହ ଯନ୍ତ୍ରୀ, ବ୍ଲକ୍ ଉନ୍ନୟନ ଅଧିକାରୀ, ପଂଚାୟତ ସମିତି ଅଧ୍ୟକ୍ଷା ସୁମିତ ସେଠୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରିଛନ୍ତି। ଏବଂ ସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରଭାବିତ ଅଂଚଳର ଜନ ଜୀବନ ସୁରକ୍ଷା ପାଇଁ ଶୁଖିଲା ଖାଦ୍ୟ, ଆବଶ୍ୟକ ପଡିଲେ ମେଡ଼ିସିନ ପ୍ରସ୍ତୁତ ରଖିବାକୁ ତହସିଲଦାର ଓ ରାଜସ୍ୱ ଅଧିକାରୀ ମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏପରିକି ଫୋନ୍ ମାଧ୍ୟମରେ ଜିଲ୍ଲାପାଳ ଭଦ୍ରକ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ଜିଲ୍ଲା ଅଗ୍ନି ଶ୍ରମ ବିଭାଗ ଅଧିକାରୀ ଙ୍କ ସହିତ ଆଲୋଚନା କରି ପ୍ରଭାବିତ ଅଂଚଳରେ ଆଗୁଆ ସ୍ଥିତି ଅନୁଧ୍ୟାନ କରି ସାଧାରଣ ଜନତାଙ୍କ ଜୀବନ ଜୀବିକା ବଂଚାଇବା ସହ ପ୍ରଭାବିତ ଅଂଚଳରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନକୁ ଶ୍ରୀ ମଲ୍ଲିକ ଅବଗତ କରାଇଛନ୍ତି। ଶ୍ରୀ ମଲ୍ଲିକଙ୍କ ଏହି ଗସ୍ତ କାଳରେ ଜିଲା ପରିଷଦ ସଭ୍ୟଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ବଢୁଛି ବୈତରଣୀ ଜଳ ସ୍ତର, ବିପଦ ଆସିବା ପୂର୍ବରୁ ବିଧାୟକ ସଂଜୀବ ମଲ୍ଲିକଙ୍କ ଆଖୁଆପଦା ଆନିକଟ...








