Home ଜିଲ୍ଲା ପରିକ୍ରମା ବଡ ସରକାର ବାବାଙ୍କ ୧୧ ତମ ବାର୍ଷିକ “ଫାତେହା” ଓ ଉର୍ଷ-ଏ -କାଦରିଆ ର ପ୍ରସ୍ତୁତି...

ବଡ ସରକାର ବାବାଙ୍କ ୧୧ ତମ ବାର୍ଷିକ “ଫାତେହା” ଓ ଉର୍ଷ-ଏ -କାଦରିଆ ର ପ୍ରସ୍ତୁତି ବୈଠକ

13

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ପରିସରରେ “ଗୁଲଶନେ ଗୌସପାକ ଟ୍ରଷ୍ଟ ” ର ଏକ ଗୁରୁତ୍ୱପୂର୍ଣ ପ୍ରସ୍ତୁତି ବୈଠକ ଟ୍ରଷ୍ଟର ସଭାପତି ହାଜି ଓ ହାଫିଜ଼ ଶେଖ ମହମ୍ମଦ ଇସହାକଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଶେଖ ଅତା ମୋହିଉଦ୍ଦିନଙ୍କ ସଂଯୋଜନା ରେ ଟ୍ରଷ୍ଟ ର ସିଦ୍ଧାନ୍ତ ନିଷ୍ପତ୍ତି ଅନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ ସରକାର ବାବା (ର.ଅ)ଙ୍କ ୧୧ ତମ “ଫାତେହା” ଉତ୍ସବ ଚଳିତ ସେପ୍େଟମ୍ବର ୨୪ ତାରିଖ ବୁଧୁବାର ଦିନ ବହୁ ଆଡମ୍ବର ଓ ଶାନ୍ତିଶୃଙ୍ଖଳା ସହିତ ପାଳନ କରାଯିବ ।ଏହି ବୈଠକରେ ନିଷ୍ପତ୍ତି ହେଲା ଯେ ଉତ୍ସବ ପୂର୍ବଦିନ ତଥା ସେପ୍େଟମ୍ବର ୨୩ ତାରିଖ (ମଙ୍ଗଳବାର ) ଅପରାହ୍ଣ ୪ ଘଟିକାରୁ ରାତ୍ରୀ ୧୦ ଘଟିକା ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଖାନକାହା କମିଟି ଠାରେ ଫାତେହା ଉତ୍ସବ ପାଇଁ ଫଳ ସାମଗ୍ରୀ ପହଞ୍ଚାଇ ଦେବେ ।ଅର୍ଦ୍ଧରାତ୍ରିରୁ ବାବାଙ୍କ ଗୋସାଲଖନୀ (ସ୍ନାନ) ଆରମ୍ବ ହେବ ଏବଂ ୨୪ ତାରିଖ ବୁଧୁବାର ସକାଳ ନମାଜ ପାଠ ପରେ କୁରାନ ପାଠ , ମିଲାଦ ଶରିଫ ଓ ଫାତେହାର ଆୟୋଜନ କରାଯିବ।ଫାତେହା ସରିଲା ଭକ୍ତଙ୍କୁ ପ୍ରସାଦ (ଶିରିଣି) ବଣ୍ଟନ କରାଯିବ। ଆମ ରାଜ୍ୟ ସହିତ ଭାରତର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତମାନେ ବୁଧୁବାର ସକାଳରୁ ବାବାଙ୍କ ସମାଧି ଠାରେ ଚାଦର ଚଢ଼ାଇ ଦର୍ଶନ କରିପାରିବେ।ଭାଇଚାରା ସହରରେ ପର୍ବ ପାଳନ କରାଯାଇଥାଏ ଏବଂ ଏଠାରେ କୌଣସି ଭେଦଭାବ ରୁହେ ନାହିଁ।ଏଠି ସମସ୍ତ ଲୋକମାନେ ଯାଇପାରିବେ ଏବଂ ଦର୍ଶନ କରିପାରିବେ। ଲକ୍ଷାଧିକ ଭକ୍ତ ସରକାର ବାବାଙ୍କ ପୀଠକୁ ଦର୍ଶନ କରିବାକୁ ଆସନ୍ତି ।ଭକ୍ତମାନଙ୍କ ସୁ-ବ୍ୟବସ୍ତା, ଯାତାୟାତ ପାଇଁ ଖାନକାହା ଟ୍ରଷ୍ଟ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛ। ମହିଳା ଭକ୍ତ ମାନଙ୍କୁ ଅନୁରୋଧ ସନ୍ଧ୍ୟା ଆଜାନ ପର୍ଯ୍ୟନ୍ତ ବାବାଙ୍କ ପୀଠ ଦର୍ଶନ କରିପାରିବୋ ।ଏହି ପ୍ରସ୍ତୁତି ବୈଠକରେ ଟ୍ରଷ୍ଟର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ ଏବଂ ଶାନ୍ତିଶୃଙ୍ଖଳା ସହିତ ଫାତେହା ଉତ୍ସବକୁ ପାଳନ କରିବାକୁ ଟ୍ରଷ୍ଟର ସମ୍ପାଦକ ଶେଖ ଅତା ମୋହିଉଦ୍ଦିନ ସମସ୍ତଙ୍କୁ ନିବେଦନ କରିଛନ୍ତି ।ସେହିପରି “କାଦରୀ ବୀରାଦରାନ” କମିଟିର ପ୍ରସ୍ତୁତି ବୈଠକ ଖାନକାହା ପରିସର ବାହାରେ “ଗୁଲଶନେ ନସିମ” ପରିସରରେ ସଭାପତି ଜାୱେଦ ଅଖତରଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଶେଖ ଜାଫରଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା ।ସଭା ଆରମ୍ଭ ହେବା ପୂର୍ବରୁ କବି ମାନଙ୍କ ଦ୍ୱାରା ମିଲାଦ ସରିଫ ହୋଇଥିଲା।କମିଟିର ଆଡ଼ଭାଇ ଜର ଶେଖ ହବିବୁଲ୍ଲାଙ୍କ ବିବରଣୀ ପାଠରେ ଆଲୋଚନା ହୋଇ ସିଦ୍ଧାନ୍ତ ନିଷ୍ପତ୍ତି ଅନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ସୁଫି ହଜରତ ବଡ଼ ସରକାର ବାବାଙ୍କ ୧୧ ତମ ବାର୍ଷିକ ଉତ୍ସବରେ ଉର୍ଷେ କାଦରିଆରେ ଖାନକାହା ପରିସର ବାହାରେ ବାହାରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ଚଳିତ ସେପ୍େଟମ୍ବର ୨୩ ତାରିଖ ମଙ୍ଗଳବାର ସନ୍ଧ୍ୟାରେ (ଲଙ୍ଗର) ଖାଇବା ବ୍ୟବସ୍ତା କରାଯାଇଅଛି ଏବଂ ସେପ୍େଟମ୍ବର ୨୪ ତାରିଖ ବୁଧୁବାର ସନ୍ଧ୍ୟା ୭ ଘଟିକାରୁ ଅର୍ଦ୍ଧ ରାତ୍ରୀ ପର୍ଯ୍ୟନ୍ତ ଏକ ସର୍ବଭାରତୀୟ ଧର୍ମସଭା ଓ ମୁଶାଏରାର ଆୟୋଜନ ହେବ ଓ ଏଥିରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଉତ୍ତରପ୍ରଦେଶ କିଛୋଛା ସରିଫରୁ ସୈୟଦ ଶାହା ଆଜମଲ ଅସରଫି ଅଲ ଜିଲାନି, ରାଜସ୍ଥାନ ଦିଶାନଗର ରୁ ସୈୟଦ ଶାହା ମହମ୍ମଦ ଅଲି କାଦରୀ, ଉତ୍ତରପ୍ରଦେଶ ମକନପୁର ରୁ ସଜର ଅଲି ମଦାରୀ ମକନପୁରୀ ଏବଂ ବିଭିନ୍ୟ ରାଜ୍ୟରୁ ମୌଲାନା (ପଣ୍ଡିତ), ସାଏର (କବି) ମାନେ ବିଭିନ୍ନ ରାଜ୍ୟରୁ ଆସି ଯୋଗଦାନ କରିବେ ବୋଲି ଆଡ଼ଭାଇଜର ଅଖତର ଅଲି ଖାନ , ଚନ୍ଦା ଖାନ,ଉପ-ସଭାପତି ଶେଖ ସବବୀର ହୋସେନ , ସହ ସମ୍ପାଦକ ଶେଖ ଆବୁକଲାମ, ମୁଖତାର ନସିମ , ଶେଖ ସାହାଜାନ, ଶେଖ ନିଆମତୁଲ୍ଲା ଓ ୱାସିମ ଅଖତର ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ଭଦ୍ରକ ବାହାରୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କୁ ଗୁଲସନେ ନସିମ ଖାନକାହା ରେ ସୁବ୍ୟବସ୍ଥାର ଦାୟିତ୍ୱ ନେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.