Home ଜିଲ୍ଲା ପରିକ୍ରମା ବଡ ସରକାର ବାବାଙ୍କ ୧୧ ତମ ଉର୍ଷ ଉପଲକ୍ଷେ ବଜମେ ହବିବ କମିଟିର ପ୍ରସ୍ତୁତି ବୈଠକ

ବଡ ସରକାର ବାବାଙ୍କ ୧୧ ତମ ଉର୍ଷ ଉପଲକ୍ଷେ ବଜମେ ହବିବ କମିଟିର ପ୍ରସ୍ତୁତି ବୈଠକ

15

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) -ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମୁଲ୍ଲା ସାହିରେ ବଜ଼ମେ ହବିବ କମିଟି ଆନୁକୂଲ୍ୟରୁ କମିଟି କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ଜ଼ମେ ହବିବ କମିଟିର ସଭାପତି ଅସରଫ ଅଲି ଖାନଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଇମତିୟାଜ଼ ଖାନଙ୍କ ସଂଯୋଜନାରେ ଆରମ୍ଭ ହୋଇ ସର୍ବସମ୍ମତି ଭାବେ ସିଦ୍ଧାନ୍ତ ହେଲା ଯେ ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୧୧ ତମ ବାର୍ଷିକ ଉତ୍ସବରେ ଚଳିତ ସେପ୍େଟମ୍ବର ୨୩ ଓ ୨୪ ତାରିଖ (ମଙ୍ଗଳବାର ଓ ବୁଧୁବାର) ଦୁଇ ଦିନ ଧରି ପାଳନରେ ଆମ ରାଜ୍ୟ ଓ ରାଜ୍ୟ ବାହାରୁ ବାବାଙ୍କ ଭକ୍ତ ମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବେ ଓ ୨୩ ତାରିଖ ମଙ୍ଗଳବାର ଅପରାହ୍ନ ୪ ଘଟିକା ସମୟରେ ବ୍ଜ଼ମେ ହବିବ କମିଟି ଆନୁକୂଲ୍ୟରୁ ଖାନକାହା ଠାରେ ସାନ ସରକାର ଓ ବଡ ସରକାର ବାବାଙ୍କ ମଜାରରେ ଚାଦର ଚଢ଼ାଇବେ ଓ ସନ୍ଧ୍ୟା ୫ ଘଟିକା ଠାରୁ ବାବାଙ୍କ ଭକ୍ତ ମାନଙ୍କୁ ଟିଫିନ ଓ ଚା’ ର ସୁବ୍ୟବସ୍ଥା କରାଯିବ ଏବଂ ୨୪ ତାରିଖ ବୁଧୁବାର ସକାଳ ଖାନକାହା ରେ ଫାତେହା କାର୍ଯ୍ୟକ୍ରମ ସରିବା ପରେ ଦିନ ୧୧ଘଟିକା ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବାବାଙ୍କ ଭକ୍ତ ମାନଙ୍କୁ ଖାଇବାର (ଲଙ୍ଗର) ବ୍ୟବସ୍ତା ଖାନକାହା ପରିସର ବାହାରେ ମିର୍ଜା ଏକ୍ରାମଙ୍କ ବାସଭବନ ସାମ୍ନାରେ ରଖାଯାଇଛି । ଆମ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଭକ୍ତ ମାନଙ୍କ ପାଇଁ ସମ୍ପୂର୍ଣ ସୁବ୍ୟବସ୍ଥା ସେବା ଯୋଗାଇ ଦିଆଯିବ । ଭଦ୍ରକ ଏକ ଭାଇଚାରା ସହରରେ ବଡ ସରକାର ବାବାଙ୍କ ଉତ୍ସବକୁ ଶାନ୍ତିଶୃଙ୍ଖଳା ସହିତ ଭକ୍ତ ମାନଙ୍କ ସେବା ପ୍ରଦାନ ପାଳନ କରିବାକୁ ସିଦ୍ଧାନ୍ତ ହୋଇଛି । ଏହି ବୈଠକରେ ବଜମେ ହବିବ କମିଟିର ଉପ ସଭାପତି ମିର୍ଜା ଜାକିର ବେଗ, ଉପଦେଷ୍ଟା ମିର୍ଜା ଏକ୍ରାମ ବେଗ , ସେକ ଆସିଫ, ସେକ ଗୋଲାବ, ସେକ ମୁନ୍ନା, ସେକ ଗୁଲଜାର, ସେକ କୌଶର , ସେକ ଲାଲୋ, ସେକ ହମିଦୁଲ୍ଲା, ସେକ ଅଜିଜୁଲ୍ଲା, ମିର୍ଜା ରାଜୁ , ସେକ ଅବଦୁଲ ମୁସଲିମ ପ୍ରମୁଖ ଉପସ୍ଥିତ ରହି ସଭାକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.