Home Top News ବଡ ବଡ଼ିଆ ଲୋକେ କାରରେ ଆସୁଥିଲେ, ନା ନା ଆଳରେ ବ୍ଲାକ ମେଲିଂ କରି ଭୁବନେଶ୍ୱର...

ବଡ ବଡ଼ିଆ ଲୋକେ କାରରେ ଆସୁଥିଲେ, ନା ନା ଆଳରେ ବ୍ଲାକ ମେଲିଂ କରି ଭୁବନେଶ୍ୱର ବି ଝିଅଙ୍କୁ ପଠାଯାଉଥିବା ପରିବାର ଲୋକଙ୍କ ଗୁରୁତର ଅଭିଯୋଗ

151

ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗର ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ୧୧ ଦିନ ବିତିଯାଇଥିଲେ ବି ତାଙ୍କର ପତ୍ତା ମିଳିନାହିଁ। ଏଭଳି ସ୍ଥଳେ ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ରବିବାର ରାତିରେ ଟିଟିଲାଗଡ଼ ପୋଲିସ ବାରାକ୍‌ରୁ ଫେରାର ହୋଇଯାଇଥିଲେ। ଏଥିରୁ ମମିତା ଙ୍କ ନିଖୋଜ ପଛରେ ସୁଚିନ୍ତିତ ଯୋଜନା ରହିଥିବା ସନ୍ଦେହ କରାଯାଇଥିଲା। ଏହା ସହ ଗୋବିନ୍ଦଙ୍କୁ କୋର୍ଟଚାଲାଣ କରା ନ ଯାଇ କାହିଁକି ୪ ଦିନ ଧରି ଅଟକ ରଖାଯାଇଥିଲା, ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା କେତେ ସତ, ସେନେଇ ଅନେକ ପ୍ରଶ୍ନ ଉଠିଥିଲା।

ବଲାଙ୍ଗୀର ଜିଲା ତୁରେକେଲା ଥାନା ଝରଣୀ ଗ୍ରାମର ମମିତା ଗତ ୮ ତାରିଖରୁ ନିଖୋଜ ହୋଇଯାଇଛନ୍ତି। ମମିତାଙ୍କ ମା’ ତୁଳସୀ ମେହେରଙ୍କ କହିବାନୁଯାୟୀ, ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତ ୭ ତାରିଖରେ ମମିତାଙ୍କୁ ଫୋନ୍‌ କରିଥିଲେ। ମିଟିଂ ଥିବା କହି ସ୍କୁଲକୁ ଆସିବାକୁ କହିଥିଲେ। ୮ ତାରିଖ ସକାଳେ ଝରଣୀରୁ ମମିତା ମହାଲିଙ୍ଗ ଅଭିମୁଖେ ବାହାରିଥିଲେ। ଝରଣୀ ରୁ କଣ୍ଟାବାଞ୍ଜି ଆସିବା ପରେ ସକାଳ ପ୍ରାୟ ୫.୪୫ରେ କଣ୍ଟାବାଞ୍ଜି ବସ୍‌ଷ୍ଟାଣ୍ଡ ରୁ ମମିତା ମହାଲିଙ୍ଗ ଅଭିମୁଖେ ଯାଉଥିବା ବସ୍‌ରେ ବସିଥିଲେ। ପରେ ମାମିତାର କୌଣସି ପତା ମିଳିନଥିଲା। ଏନେଇ ମମିତାଙ୍କ ଭାଇ ବଣ୍ଟି ମେହେର ଗତ ୧୩ ତାରିଖରେ ସିନ୍ଧେକେଲା ଥାନାରେ ଏତଲା କରିଥିଲେ। ଅଭିଯୋଗ ପାଇବା ପରେ ସିନ୍ଧେକେଲା ଥାନା ପୋଲିସ ଏ ସଂକ୍ରାନ୍ତରେ ଆଇପିସି ଦଫା ୩୬୬(ଅପହରଣ)ରେ ଏକ ମାମଲା (୯୭/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୧୪ ତାରିଖରେ ସିନ୍ଧେକେଲା ପୋଲିସ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣି ଅଟକ ରଖିଥିଲା। ସନ୍ଦେହ ବଢ଼ିବାରୁ ଭୁବନେଶ୍ୱରରେ ଗୋବିନ୍ଦଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ପୋଲିସ ଯୋଜନା କରିଥିଲା। ଅଧିକ ପଚରାଉଚରା କରିବା ପାଇଁ ଗୋବିନ୍ଦଙ୍କୁ ରବିବାର ସିନ୍ଧେକେଲା ଥାନାରୁ ଅଣାଯାଇ ଟିଟିଲାଗଡ଼ ଥାନା ପଛପଟ ବାରାକ୍‌ରେ ରଖାଯାଇଥିଲା। ୪ଜଣ ପୋଲିସ ସୁରକ୍ଷା କର୍ମୀ ଏବଂ ଜଣେ ପୋଲିସ ଅଧିକାରୀ ତାଙ୍କ ଦାୟିତ୍ୱରେ ରହିଥିଲେ। ହେଲେ ରାତି ପ୍ରାୟ ୯ଟାରେ ହାତ ଧୋଇ ଆସୁଛି କହି ଗୋବିନ୍ଦ ସେଠାରୁ ଚମ୍ପଟ୍‌ ମାରିଥିଲେ। ଅନୁସନ୍ଧାନି କୁକୁର ଏକ ବାଡ଼ ଦେଇଥିବା ଓ ସେ କାନ୍ଦି, କାନ୍ଦି ଜୋର ରେ ଚାଲି, ଚାଲି ଯାଉଥିଲା ବୋଲି କିଛି ଲୋକେ ପୋଲିସ କୁ ଜଣେଇଥିଲେ। ଏହି ଖବର ଜଣାପଡ଼ିବା ପରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ସହର ଏବଂ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରାଯିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ଚଢ଼ାଉ କରାଯାଇଥିଲା। ଗୋବିନ୍ଦଙ୍କୁ ଠାବ କରିବା ପାଇଁ ଏସ୍‌ପି କୁଶଲକର ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଗୋବିନ୍ଦ ସାହୁଙ୍କ ବାବଦରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କରାଯିବା ପରେ ପ୍ରଥମେ ତାଙ୍କ ସଂପର୍କରେ ସୂଚନା ଦେଲେ ୨୦, ୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ପରେ ଏହି ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ଗୋବିନ୍ଦ ସାହୁଙ୍କ ପୋଷ୍ଟର୍‌ ଜାରି କରିଥିଲା ପୋଲିସ। ବର୍ତ୍ତମାନ ପରିବାର ଲୋକେ ମୃତା ଙ୍କ ତିନି ଜଣ ସାଙ୍ଗ ଓ ବଡ, ବଡ଼ିଆ ଲୋକେ ଦାୟୀ ବୋଲି ଗୁରୁତର ଅଭିଯୋଗ କରିବା ସହ ବ୍ଲାକ, ମ୍ୟାଲିଂ ଦୀର୍ଘଦିନ ଧରି ଏପରି ଅନେକ ଝିଅ ଙ୍କ ଜୀବନ ବର୍ବାଦ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୁକ୍ତ ବିନା ପାଠ ପଢ଼ାରେ ପାସ କରେଇବା ସହ ମାର୍କ ବଢ଼େଇ ଦେବା କହି ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବା ନେଇ ବିଗତ ଦିନରେ ଅଭିଯୋଗ ହୋଇ ମାମଲା ରୁଜ୍ଜୁ ହୋଇଥିବା ଓ ପରେ ପୁନଃ ଘଟଣା ଚପେଇ ତାର ପୂର୍ବବତ ଏ ସବୁ କାର୍ଯ୍ୟକଳାପ ଚଳାଇଥିବା ଚର୍ଚ୍ଚା ଜୋର ଧରିଥିଲା। ଅନେକ ଝିଅ ଙ୍କୁ ବସ ରେ କଟକ, ଭୁବନେଶ୍ୱର ନା, ନା ଆଳରେ ପଠେଇବା ତଥା ଦାମୀ ବଡ, ବଡ ବ୍ୟକ୍ତି ଏ ଅଞ୍ଚଳକୁ କାର ରେ ଆସୁଥିବା ପରି ଗୁରୁତର ଅଭିଯୋଗ ପରିବାର ତରଫରୁ ହୋଇଛି।

ଅନ୍ୟ ପକ୍ଷରେ କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ମଙ୍ଗଳବାର ସକାଳେ ସ୍କୁଲ ଷ୍ଟାଡିୟମରେ ଖୋଜାଖୋଜି ଆରମ୍ଭ କରିଥିଲା। ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରିଥିଲା ବେଳେ ମାତ୍ର ୩ ଘଣ୍ଟା ପରେ ୮-୧୦ ଫୁଟ ତଳୁ ଏକ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି। ଉକ୍ତ ସ୍ଥାନକୁ ପୋଲିସ ଚାରିପଟୁ ସିଲ କରି ଦେଇଛି। ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ, ବ୍ରେସ୍‌ଲେଟ, ମୁଦି ଆଦି ସାମଗ୍ରୀ ଜବତ ହୋଇଛି। ଶବଟି ମମିତାଙ୍କର କି ନୁହେଁ ସେନେଇ ତନାଘନା ଆରମ୍ଭ ହୋଇଯାଇଛି। ମମିତାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡକାଯାଇଛି। ତେବେ ଶବଟି ପୋଡି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପାରେ। ତେବେ ଡିଏନଏ ଟେଷ୍ଟ କରାଯିବା ପରେ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି। କିନ୍ତୁ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯାହା ଆଶଙ୍କା କରାଯାଉଛି ଯେ, ଏହା ଏକ ଯୋଜନା ବଦ୍ଧ ହତ୍ୟା ଘଟଣା। ପରିବାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ତିନୋଟି ଝିଅ ଓ ଉକ୍ତ ଅଭିଯୁକ୍ତ ଯୋଗୁଁ ଆମ ଝିଅ ମଲା ଏ ନେଇ ତଦନ୍ତ ସହ ନିରପେକ୍ଷ ତଦନ୍ତ ଦାବି କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.