Home ଜିଲ୍ଲା ପରିକ୍ରମା ବଡ଼ ସରକାର ବାବାଙ୍କ ୧୦ମ ଉର୍ଷ-ଏ-କାଦ୍ରିୟା ର ପ୍ରସ୍ତୁତି ବୈଠକ

ବଡ଼ ସରକାର ବାବାଙ୍କ ୧୦ମ ଉର୍ଷ-ଏ-କାଦ୍ରିୟା ର ପ୍ରସ୍ତୁତି ବୈଠକ

31

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କାଦରୀ ବିରାଦରାନ ଆନୁକୂଲ୍ୟରୁ ପୁରୁଣା ବଜାର ସ୍ଥିତ ତାଜ ପେଲେସ ଠାରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ ହୋଇଥିଲା । ଏହି ବୈଠକରେ କମିଟିର ସଭାପତି ଶେଖ ହବିବୁଲ୍ଲା, ସଂପାଦକ ଅଖତର ଅଲି ଖାନ ଓ ମୁସ୍ତାକ ଗୌହର ଙ୍କ ସଂଚାଳନରେ ଆରମ୍ଭ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ମିଲାଦ ସରିଫରୁ ଆରମ୍ଭ ହୋଇ ସିଦ୍ଧାନ୍ତ ହୋଇଥିଲା ଯେ ଆସନ୍ତା ୨୪ ସେପ୍ଟେମ୍ବର (ମଙ୍ଗଳବାର)ରେ ଭଦ୍ରକ ମହାମାନ୍ୟ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବା (ର.ଅ)ଙ୍କ ୧୦ମ ବାର୍ଷିକ “ଉର୍ଷେ-କାଦରିଆ” ଉତ୍ସବ ପାଳନ ହେବାକୁ ଯାଉଅଛି । ଏହି ଉର୍ଷେ-କାଦରିଆ ଉର୍ସବ ଭଦ୍ରକ ବାଇପାସ ରୋଡ଼ ସ୍ଥିତ ସରକାର ନଗର (ଖାନକାହ) ପରିସର ବାହାରେ ‘କାଦରୀ ବିରାଦରାନ’ ଆନୁକୂଲ୍ୟରେ ଗୁଲସନେ ନସିମ ଠାରେ ସନ୍ଧ୍ୟା ୭ ଘଟିକାଠାରୁ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ଏକ ସର୍ବଭାରତୀୟ ଧର୍ମସଭା ଓ ମୁଶାଏରା ଆୟୋଜନ କରାଯିବ । ଏଥିରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମୌଲାନା ଅଲ୍ଲାମା ପୀର ସୈୟଦ କାଶିମ ଅସରଫ (କିଛୋଛା ଶରିଫ) ଓ ମୌଲାନା ସୈୟଦ ତଲହା ଅସରଫ (କିଛୋଛା ସରିଫ) ଏବଂ ଭାରତର ଅଣୁକୋଣରୁ ମୌଲାନା (ପଣ୍ଡିତ) ଓ ସାଏର (କବି)ମାନେ ଯୋଗଦାନ କରି ବଡ଼ ସରକାର ବାବାଙ୍କ ନୀତିବାଣୀ ଉପରେ ଆଲୋକପାତ କରିବେ । କାଦରୀ ବିରାଦରାନ କମିଟିର ସଭ୍ୟ ଶେଖ ସବ୍‌ବିର ହୋସେନ, ଜାୱେଦ ଅଖତର, ଶେଖ ଅଖତର ଅଲୀ, ଶେଖ ଅବୁ କଲାମ, ନିୟାଜ ଅଖତର, ଶେଖ କମରୁଦ୍ଦିନ, ଶେଖ ନିୟାମତୁଲ୍ଲା, ସିରାଜ ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.