Home Top News ବଡ଼ ଦୁର୍ଘଟଣା : ବରଯାତ୍ରୀ ଗାଡ଼ି ଘାଟିରୁ ଖସିଲା, ୧୪ ମୃତ

ବଡ଼ ଦୁର୍ଘଟଣା : ବରଯାତ୍ରୀ ଗାଡ଼ି ଘାଟିରୁ ଖସିଲା, ୧୪ ମୃତ

75

ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡର ଚମ୍ପାୱତରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବବାହ ମହୋତ୍ସବରୁ ଫେରୁଥିବା ବେଳେ ଗାଡ଼ିଟି ଖାଲକୁ ଖସିପଡିଥିଲା ଏହି କାରଣରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି।

କୁମାଓଁ ଡିଜି ନିଲେଶ ଆନନ୍ଦ ଭାନେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ବିବାହ ସମାରୋହରୁ ଫେରୁଥିବା ସମୟରେ ସୁଖିଦାଙ୍ଗ ରିଥା ସାହିବ ରୋଡରେ ଏହି ଦୁର୍ଘଟଣା ଘଟିଛି।

ଖବର ଅନୁଯାୟୀ, ଏହି ଗାଡ଼ିଟି ତାନକପୁରର ପଞ୍ଚମୁଚି ଧରମଶାଲାରୁ ଫେରୁଥିଲା। ଗତ ରାତି ପ୍ରାୟ ସାଢ଼େ ତିନିଟା ସମୟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଘାଟୀରୁ ଗଭୀର ଖାଲକୁ ଖସିପଡିଥିଲା। ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରୁ ୧୪ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକଟ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଚ୍ୱିଟ କରି ପ୍ରକାଶ କରିଛନ୍ତିଯେ, “ଉତ୍ତରାଖଣ୍ଡର ଚମ୍ପାୱତରେ ଘଟିଥିବା ଏହି ଦୁର୍ଘଟଣା ହୃଦୟ ବିଦାରକ ଅଟେ। ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।”

ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରିବା ସହିଚ ଆହତମାନଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ମବଳକ ରାଶି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.