Home ଓଡ଼ିଶା ବଡ଼ବିଲ ଠାରେ ଗଲୱାନ୍ ଘାଟିରେ ବିରଗତି ପ୍ରାପ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବଡ଼ବିଲ ଠାରେ ଗଲୱାନ୍ ଘାଟିରେ ବିରଗତି ପ୍ରାପ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

102

ବଡ଼ବିଲ, ତା ୨୮ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝରଜିଲ୍ଲା ବଡବିଲ ବିକାଶ ମହଲ ଠାରେ, ଗଲୱାନ୍ ଘାଟିରେ ପଡୋଶୀଦେଶ ଚିନ୍ ସୈନିକଙ୍କ ସହ ସାହସିକତାର ଲଢେଇ କରି ବୀରଗତି ପ୍ରାପ୍ତ ଅମର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବଡ଼ବିଲବାସୀ । ଏହି ଅବସରରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ବଡବିଲ ପୌରାଧିକାରୀ ଅଭିଷେକ ପଣ୍ଡା, ପୂର୍ବତନ ପୌରାଧକ୍ଷ ଦିଲ୍ଲୀପ ମିଶ୍ର, ବଡବିଲର ଅଗ୍ରଣୀ ସମାଜସେବୀ ସଙ୍ଗଠନ ସେବାଗ୍ରୁପ୍, ମହିଳା ସଂଗଠନ, ଏବଂ ବଡ଼ବିଲବାସୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ସେହିପରି ବଡ଼ବିଲ ଅଟଳ ଛକ ଠାରେ ବଡବିଲବାସୀ ସହିଦ୍ ଯବାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଜଳେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.