Home କେନ୍ଦୁଝର ବଡ଼ବିଲ କାରୋ ନଦୀର ସ୍ୱଚ୍ଛ ଜଳ ଏବେ ବିଷ ପାଲଟୁଛି

ବଡ଼ବିଲ କାରୋ ନଦୀର ସ୍ୱଚ୍ଛ ଜଳ ଏବେ ବିଷ ପାଲଟୁଛି

200

ବଡ଼ବିଲ ,ତା ୧୦ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଡ଼ବିଲ କାରୋ ନଦୀର ସ୍ୱଚ୍ଛ ଜଳ ଆଜି ବିଷ ପାଲଟୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଯେଉଁ ନଦୀର ପାଣି ଲୋକଙ୍କ ଶୋଷ ମେଣ୍ଟାଉଥିଲା ସେହି ନଦୀର ପାଣି ଆଜି ବିଷ ପାଳିଟିଛି । କଥାରେ ଅଛି ‘ଜଳ ହିଁ ଜୀବନ’ । ପ୍ରକୃତିର ଅନନ୍ୟ ଉପହାର ହେଉଛି ଜଳ ବା ପାଣି । ବିଡ଼ମ୍ବନା ଯେ, ଭାରତର ବିଭିନ୍ନ ପ୍ରାନ୍ତଃରେ ଦିନକୁ ଦିନ ଜଳ ସଂକଟ ବୃଦ୍ଧି ପାଉଥିବା ବେଳେ, ଲୋକଙ୍କ ପାଇଁ ଜଳ କଷ୍ଟ ଏକ ପ୍ରମୁଖ ସମସ୍ୟା ହୋଇଛି । ଗାଁ ଠାରୁ ସହର ସବୁଠି ପାଣିର ଅଭାବ । ପ୍ରାକୃତିକ ଜଳ ଉତ୍ସ ଶୁଖି ଶୁଖି ଯାଉଛି । ଖଣି ଖାଦାନ, କଳକାରଖାନା ଗଢ଼ି ଉଠିବା ଦ୍ୱାରା ନଦୀ, ନାଳ ସବୁ ପ୍ରଦୂଷିତ ହେବାରେ ଲାଗିଛି । ମୃତ୍ତିକା ଅବକ୍ଷୟ ଯୋଗୁଁ ଅନେକ ନଦୀ, ନାଳ ଓ ପୁଷ୍କରଣୀ ପୋତି ହୋଇଗଲାଣି । ଭୂତଳ ଜଳ ସ୍ତର ଶେଷ ହେବାକୁ ବସିଲାଣି । ଏପରି ପରିସ୍ଥିତିରେ ନଦୀ, ନାଳ ଓ ଅନ୍ୟ ଜଳ ଉତ୍ସ ଗୁଡ଼ିକର ପୁନଃରୁଦ୍ଧାର କରି ବର୍ଷାଜଳ ସଂରକ୍ଷଣ ଦିଗରେ ଯୋର ଦିଆଯିବାର ଆବଶ୍ୟକତା ରହିଛି । ସେପଟେ ଜଳ ସଂକଟରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ ଆନ୍ଦୋଳନ କରାଯାଉଛି । ହେଲେ କାର୍ଯ୍ୟ କରିତା ଏ ପଯ୍ୟନ୍ତ ଶୂନ କାରୋ ନଦୀର ପାଣି ଅତ୍ୟଧିକ ପ୍ରଦୂଷିତ ହୋଇସାରିଛି । ମୃର୍ତ୍ତିକା ଅବକ୍ଷୟ ଏବଂ ନଦୀରେ ବର୍ଯ୍ୟବସ୍ତୁ ପଡ଼ିବା ଫଳରେ ଉଭୟ ନଦୀ ସଂକୁଚିତ ହେବା ସହ ନଦୀଗର୍ଭ ପୋତିହୋଇ ଯାଉଛି । ଏଥି ସହ ଆରୀୟା, କଳିଙ୍ଗ ଖଣି ଓ ଶିଳ୍ପ ସଂସ୍ଥା ଗୁଡ଼ିକ ଏହି କାରୋ ନଦୀରୁ ମୋଟର ଲଗାଇ ବ୍ୟାପକ ପରିମାଣର ପାଣି ନେଉଥିବା ବେଳେ, ନଦୀର ସୁରକ୍ଷା ପ୍ରତି ଆଖି ବୁଜି ଦେଇଥିଲା ପରି ମନେ ହେଉଛି । ଓଲଟା ଅସାଧୁ ଉପାୟରେ ମଇଳା, ବର୍ଯ୍ୟବସ୍ତୁ ଯୁକ୍ତ ପାଣି ନଦୀଗର୍ଭକୁ ଛାଡ଼ୁଥିବାରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏବେ କାରୋ ନଦୀ ପାଣି ବିଷ ହେବାକୁ ଲାଗୁଛି । କରୋ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ତଥା ସ୍ଥାନୀୟ ଅଞ୍ଚଳର ସମାଜସେବୀ ଅଶୋକ ଠକର, ଗଣେଶ ପାତ୍ର, ଦିଲୁ ସ୍ୱାମୀ ଉପସ୍ଥିତ ରହି ଅନୁଧ୍ୟାନ କରି କାରୋ ନଦୀର ପୁନଃରୁଦ୍ଧାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଛନ୍ତି । କାରୋ ନଦୀରେ ବହୁ ମହିଳା ଓ ପୁରୁଷ ଗାଧାଉଥିବା ବେଳେ ଏଠାରେ ଗାଧୁଆ ଘର ନାହିଁ । ଏଥିସହ ଏହି ପାଣି ବ୍ୟବହାର କରି ଏଅଞ୍ଚଳର ଲୋକ କିଡନୀ ରୋଗ,ମ୍ୟାଲେରିଆ, ଦଣ୍ଡିସ, ଭଳି ଅନେକ ଚର୍ମ ରୋଗର ଶିକାର ହୋଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.