Home ଓଡ଼ିଶା ବଡ଼ବିଲର ଲୋଡିଂ ଏଜେନ୍ସି ଶ୍ରମିକଙ୍କ ନାମରେ କୋଟି କୋଟି ଟଙ୍କା ଲୁଟର ପର୍ଦ୍ଦାଫାଶ

ବଡ଼ବିଲର ଲୋଡିଂ ଏଜେନ୍ସି ଶ୍ରମିକଙ୍କ ନାମରେ କୋଟି କୋଟି ଟଙ୍କା ଲୁଟର ପର୍ଦ୍ଦାଫାଶ

197

ବଡ଼ବିଲ, ତା ୧୦ ଅଗଷ୍ଟ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଓ ବଲାଣି ରେଲୱେ ସାଇଡିଂରେ ନୂତନ ଭାବେ ବିଜୁ କଲ୍ୟାଣ ଲୋଡିଂ ଏଜେନ୍ସି କାର୍ଯ୍ୟ ଆରମ୍ଭ କରିଥିବା ଶୁଣି ଅନ୍ୟ ଏଜେନ୍ସିଙ୍କ ମନରେ ଭୟ ସୃଷ୍ଟି ହେଉଥିବା ଜଣାପଡ଼ିଛି । କାରଣ ଜାଣିଲେ ଆପଣଙ୍କୁ ଚକିତ କରିବା ଭଳି ଘଟଣା, ବଡ଼ବିଲ ଓ ବଲାଣି ରେଲୱେ ସାଇଡିଂରେ ଶ୍ରମିକମାନଙ୍କ ନାମରେ କୋଟି କୋଟି ଟଙ୍କା ଲୁଟର ପର୍ଦ୍ଧାଫାଶ । ବଡ଼ବିଲ ଓ ବଲାଣି ରେଲୱେ ସାଇଡିଂରେ ଏଜେନ୍ସିମାନେ ଦୀର୍ଘ ବର୍ଷ ଧରି ଏକଛତ୍ରବାଦୀ ଶାସନ ଭଳି ଲୋଡିଂ କାର୍ଯ୍ୟରେ ଶ୍ରମିକଙ୍କ ନାମରେ କୋଟି କୋଟି ଟଙ୍କା ଲୁଟ୍ କରିଚାଲିଛନ୍ତି । ଲୋଡିଂରେ ଟନ୍ ପିଛା ମାତ୍ର ୨୫ଟଙ୍କା ମଧ୍ୟରେ ଖର୍ଚ୍ଚ ହେଉଥିବା ବେଳେ ଶହଶହ ଶ୍ରମିକଙ୍କୁ କାର୍ଯ୍ୟରେ ନିଯୁକ୍ତି ଦିଆଯାଉଥିବା ମିଥ୍ୟା କାଗଜପତ୍ର ପ୍ରସ୍ତୁତ ବା ଦର୍ଶାଇ ଏହି ଏଜେନ୍ସି ସଂସ୍ଥାମାନେ ମାଲିକମାନଙ୍କ ଠାରୁ ଟନ୍ ପିଛା ୬୦ଟଙ୍କା ହିସାବରେ ନେଇଥାନ୍ତି । ଯଦି ଏକ ରେକରେ ୩୮୦୦ ଟନରୁ ଉର୍ଦ୍ଧ୍ବ ଲୋଡିଂ ହୁଏ, ତେବେ ୬୦ଟଙ୍କାରୁ ଟନ୍ ପିଛା ୨୫ଟଙ୍କା ଖର୍ଚ୍ଚ ହେଲେ ବାକି ୩୫ଟଙ୍କା ଲାଭ ହୁଏ । ହିସାବ ଅନୁଯାୟୀ ଏକ ରେକ ପିଛା ୧ ଲକ୍ଷ ୩୦ହଜାର ଟଙ୍କା ଲାଭ ହୋଇଥାଏ । ଖବର ଅନୁଯାୟୀ ବଡ଼ବିଲକୁ ମାସକୁ ପ୍ରାୟତଃ ୧୫୦ରେକ ଆସୁଥିବା ବେଳେ ୨ କୋଟି ଟଙ୍କା ଲାଭ ହୋଇଥାଏ । ଏଠାରେ ପ୍ରଶ୍ନ ଯେ, କୋଟି କୋଟି ଟଙ୍କା ଲାଭ ହେଉଥିବା ବେଳେ ବଡ଼ବିଲ ସାଇଡିଂରେ କାର୍ଯ୍ୟ କରୁଥିବା ଏଜେନ୍ସିମାନେ ବର୍ଷବର୍ଷ ଧରି ଶ୍ରମିକମାନଙ୍କୁ ମାସିକ ୨ଲକ୍ଷ ଟଙ୍କା ଦେଉଥିବା ମିଥ୍ୟା କାଗଜପତ୍ର ଦର୍ଶାଇ ଶ୍ରମିକମାନଙ୍କୁ ଶୋଷଣ କରିଚାଲିଛନ୍ତି । ଏଥିସହ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବୋନସ କିମ୍ବା ସର୍ବନିମ୍ନ ମଜୁରୀ ମଧ୍ୟ ଦିଆଯାଏନାହିଁ । ଏଠାରେ କୌଣସି ଶ୍ରମିକ ଲୋଡିଂ କାର୍ଯ୍ୟରେ ନିଯୁକ୍ତି ପାଇନଥିବା ସହ ମେସିନ୍ ଦ୍ଵାରା ଲୋଡିଂ କାର୍ଯ୍ୟ କରାଯାଏ । କେବଳ ସଫେଇ କାର୍ଯ୍ୟ ନିମନ୍ତେ ୪୦ରୁ ୫୦ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି ଓ କାର୍ଯ୍ୟ କରୁଛନ୍ତି । ଏହାସହ ମୁଖ୍ୟ କଥା, ଶ୍ରମିକଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ମଧ୍ୟ ଜମା କରାଯାଏନାହିଁ, ଯାହାକି ଶ୍ରମିକଙ୍କ ଭବିଷ୍ୟତ ସହ ଖେଳଖେଳୁ ଥିବା ଭଳି କାର୍ଯ୍ୟ କରୁଥିଲେ ଏହି ଏଜେନ୍ସିର କର୍ତ୍ତୃପକ୍ଷ । ସେହିଭଳି ବଲାଣିର ସାଇଡିଂରେ କୌଣସି ଶ୍ରମିକ ନିଯୁକ୍ତି ପାଇ ନଥିବା ବେଳେ ଶ୍ରମିକମାନଙ୍କ ନାମରେ ଠିକାଦାରମାନେ କୋଟିକୋଟି ଟଙ୍କା ଲୁଟ୍ କରିଚାଲିଥିବା ଦେଖିବାକୁ ମିଳିଛି । ଯଦି କୌଣସି ସମୟରେ ନିରୀହ ଅତି ଗରିବ ଶ୍ରେଣୀର ଶ୍ରମିକ କାର୍ଯ୍ୟ ପାଇଁ ଦାବି କରନ୍ତି, ତେବେ କିଛି ପୋଷାଗୁଣ୍ଡା ପଠାଇ ଧମକ୍ ଚମକ୍ ଦେଇ ଚୁପ୍ କରିଦେଉଥିବା ପୂର୍ବରୁ ନଜିର ରହିଛି । କାରଣ ଏଠାରେ ପାଟି ଖୋଲିଲେ ଧମକ ଦିଆଯାଉଥିବା ପୂର୍ବରୁ ବାରମ୍ବାର ଜନସାଧାରଣରେ ଅଭିଯୋଗ ହୋଇଆସୁଛି । ଏବେ ବଡ଼ବିଲ ଓ ବଲାଣି ସାଇଡିଂରେ ନୂତନ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବିଜୁ କଲ୍ୟାଣ ଲୋଡିଂ ଏଜେନ୍ସି, କାର୍ଯ୍ୟରତ ସମସ୍ତ ଶ୍ରମିକମାନଙ୍କୁ ସେମାନଙ୍କର ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଯାଉଛି । ଏହି ସମ୍ପର୍କରେ ଶୁଣିବା ପରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.