ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳ ଜୟନଗର ୩ ନମ୍ବର ୱାର୍ଡ ର ଅନିରୁଦ୍ଧ ସ୍ୱାଇଁ (୬୨) ନିଜ ସମ୍ପର୍କୀୟ ମାମୁଁଙ୍କ ବଡ ପୁଅର ଶୁଦ୍ଧିକ୍ରିୟା ପାଇଁ ପୋଖରୀ କୂଳରେ ସମସ୍ତେ ଶୁଦ୍ଧି ହେଉଥିବା ବେଳେ ଲଣ୍ଡା ହେବାପାଇଁ ଅନିରୁଦ୍ଧ ପୋଖରୀ କୁ ଯାଇ ମୁଣ୍ଡ ଧୋଇ ବାକୁ ଯାଇଥିବା ବେଳେ ହଠାତ ବୁଡି ଯାଇଥିଲେ ସମସ୍ତ ସମ୍ପର୍କୀୟ ଦେଖୁ ଦେଖୁ ହଠାତ ପୋଖରୀ ପାଣିରେ ନିଖୋଜ ହୋଇଯାଇଥିଲେ ଅନିରୁଦ୍ଧ ।କିଛି ସମୟ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ସମ୍ପର୍କୀୟ ମାନେ ପୋଖରୀରୁ ଉଧାର କରି ଧାମନଗର ମେଡ଼ିକାଲ ଆଣିଥିଲେ ,ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।ଧାମନଗର ପୋଲିସ ମେଡ଼ିକାଲରେ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛନ୍ତି।ଅନିରୁଦ୍ଧ ଜଣେ ମେଳାପି ଲୋକ ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ମୃତ ପରିବାର କୁ ସରକାରୀ ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳ ରେ ଜନ ସଧାରଣ ଦାବି କରିଛନ୍ତି