Home କେନ୍ଦୁଝର ବଡବିଲ ତହସିଲଦାରଙ୍କ ହସ୍ତକ୍ଷେପ ପରେ, ୫ ଉଦ୍ଧାର ଶିଶୁଙ୍କ ଜିମା ନେଲେ ଜିଲ୍ଲା ଶିଶୁ ମଙ୍ଗଳ...

ବଡବିଲ ତହସିଲଦାରଙ୍କ ହସ୍ତକ୍ଷେପ ପରେ, ୫ ଉଦ୍ଧାର ଶିଶୁଙ୍କ ଜିମା ନେଲେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ

108

ଯୋଡା, ୦୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ହସ୍ତକ୍ଷେପ ପରେ ଯୋଡା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିବା ୫ଜଣ ଅନାଥ ଶିଶୁଙ୍କ ଦାୟିତ୍ୱ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଗ୍ରହଣ କରିଥିବା ଜଣାପଡିଛି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହା ବଡବିଲ ତହସିଲଦାରଙ୍କ ନଜରକୁ ଆସିଥିଲା । ତାଙ୍କର ତୁରନ୍ତ ପଦକ୍ଷେପ ଫଳରେ ଏହି ଉଦ୍ଧାର ୫ଜଣ ଶିଶୁଙ୍କୁ ଥଇଥାନ କରାଯାଇପାରିଛି । ୨ମାସ ପୂର୍ବରୁ ଗୁରୁବେଡାର ଏକ ନିକାଞ୍ଚନ ଅଞ୍ଚଳରେ ଏଣେତେଣେ ଘୁରିବୁଲୁଥିବା ୨ଜଣ ଶିଶୁ କନ୍ୟା ଶିବାନୀ ମୁଣ୍ଡା (୫), କାରନ୍ତୀ ମୁଣ୍ଡା (୬)କୁ ଯୋଡାସ୍ଥିତ ଜଣେ ଡମ୍ପର ଡ୍ରାଇଭର ଉଦ୍ଧାର କରି ନିଜ ଘରେ ରଖିଥିଲେ । ସେହିପରି ଯୋଡା ବ୍ଲକ ଅନ୍ତର୍ଗତ ଭାଗଲପୁର ଅଞ୍ଚଳରୁ ସାଲୁକା ମୁଣ୍ଡା (୧୨) ଜଣେ ଶିଶୁ ପୁତ୍ର, କୁଲଡୁମ ଅଞ୍ଚଳରୁ ସଂଗ୍ରାମ ମୁଣ୍ଡା (୯) ଓ ଅନ୍ୟ ଜଣେ ଶିଶୁ ଅଞ୍ଜଳି ମୁଣ୍ଡା (୧୨) ନାମକ ଜଣେ ଶିଶୁ କନ୍ୟାକୁ ମଙ୍ଗଳବାର ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ଜିମା ଦିଆଯାଇଛି । ସେମାନଙ୍କୁ କନକମଞ୍ଜରୀ ଶିଶୁ ଭବନରେ ଥଇଥାନ କରାଯିବା ସହ, ସେମାନଙ୍କ ଭବିଶ୍ୟତ ନିଶ୍ଚିନ୍ତ କରିବା ପାଇଁ ଶିଶୁ ମଙ୍ଗଳ ଅଧିକାରୀ ହେମା ନାଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବଡବିଲ ତହସିଲଦାରଙ୍କ ଏହି ମାନବୀକତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.