ଗଞ୍ଜାମ,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଗଞ୍ଜାମ କବିସୂର୍ଯ୍ୟନଗର ସୁନାରିଝୋଳା ଗାଁ ବେଲପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି ।କିଛି ପାରିବାରିକ କଳହକୁ କେନ୍ଦ୍ର କରି ନିଜ ବଡ ବାପାଙ୍କୁ ହତ୍ୟା କରିଛି ପୁତୁରା । ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ରହିଛି । ତେବେ ମୃତକ ଜଣକ ହେଲେ ଟି. ସମ୍ବାରିଆ ରେଡ୍ଡୀ ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ, ସୂଚନା ଅନୁସାରେ ଦୀର୍ଘ ଦିନ ହେବ ପରିବାର ମଧ୍ୟରେ କଳହ ଲାଗିଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ପୁତୁରା ନିଜ ବଡ଼ ବାପାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ରହିଛି । ଖବରପାଇ କବିସୁର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।