Home ଓଡ଼ିଶା ବଡଦିନ ପାଇଁ ବାଲିଗୁଡା ଚଳଚଞ୍ଚଳ: ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ବଡଦିନ ପାଇଁ ବାଲିଗୁଡା ଚଳଚଞ୍ଚଳ: ସୁରକ୍ଷା ବ୍ୟବସ୍ଥା କଡାକଡ଼ି

227

ବାଲିଗୁଡା, ୨୧-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆଉ କେଇଟା ଦିନ ପରେ ଆସୁଛି, ଖ୍ରୀଷ୍ଟ ସମ୍ପ୍ରଦାୟ ମାନଙ୍କର ବଡ଼ପର୍ବ ଡିସେମ୍ବର ୨୫ ବା ବଡ଼ଦିନ। ଏହିପରି ପ୍ରେକ୍ଷିରେ ସମଗ୍ର ବାଲିଗୁଡା ସହର ଚଳଚଞ୍ଚଳ ହୋଇ ଉଠିଛି। ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ଯଥା: ଵାଟଗୁଡ଼ା, ପରମପାଙ୍ଗା, କୁର୍ତ୍ତମଗଡ, ତୁମୁଡିବନ୍ଧ, କୋଟଗଡ, ପକାରୀ, ବାରଖମା, ସୁଡୁରା, ଖମନଖୋଲ, ଲଣ୍ଡାଗାଁ, ରୁତୁଙ୍ଗିଆ, ବୁଡଗୁଡା, ଭଳି ବିଭିନ୍ନ ଅଞ୍ଚଳ ପାଇଁ ବାଲିଗୁଡା ହେଉଛି ବ୍ୟବସାୟୀ ମୁଖ୍ୟ କେନ୍ଦ୍ର ସ୍ଥଳୀ, ଏଣୁ ଆଜି ଶନିବାର ସାପ୍ତାହିକ ହାଟ ଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖ୍ରୀଷ୍ଟଧର୍ମାବଲମ୍ବୀ ପରିବାର ପକ୍ଷରୁ ବିଶେଷକରି ଡ୍ରେସ, ଶାଢ଼ୀ, ଚପଲ ଓ ତେଜରାତି ଦୋକାନରୁ କିଣାକିଣି କରିବା ପାଇଁ ପ୍ରବଳ ଗହଳ ଚହଳି ଲାଗିରହିଥିଲା। ଘର ଲିପାପୋଛା ସହ ରଙ୍ଗ ଦେବା ଓ ଆଲୋକରେ ସଜ୍ଜିତ କରିଛନ୍ତି। ସାମୁହିକ ପ୍ରାଥନା, ବାଇବେଲ ପଠନ ପାଇଁ ପ୍ରାଥନା ଗୃହ ସମେତ ଚର୍ଚ୍ଚ ଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଉଛି। ୨୪ ତାରିଖ ମଧ୍ୟରାତ୍ରିରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ, ଏଥିପାଇଁ ସେହି ରାତିରେ ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ରାତି ଉଜାଗର ରହିବା ସହ ପର୍ବକୁ ଆନନ୍ଦର ସହ ପାଳନ କରିବେ। ଏହି ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.