Home କେନ୍ଦୁଝର ବଞ୍ଚୋରୁ ବାଲି ସୁପରିବହନ ପାଇଁ ପ୍ରଶାସନର ନିର୍ଦ୍ଦେଶ

ବଞ୍ଚୋରୁ ବାଲି ସୁପରିବହନ ପାଇଁ ପ୍ରଶାସନର ନିର୍ଦ୍ଦେଶ

150

ହାଟଡ଼ିହି-୨୧/୪, କରୋନା ପାଇଁ ସାରା ଭାରତବର୍ଷରେ ଲକଡାଉନ ଚାଲିଥିବାବେଳେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିଛି । କିନ୍ତୁ ରାଜ୍ୟସରକାର କିଛି ଜିଲ୍ଲାକୁ ରେଡଜୋନ, ଏଲୋ ଓ ଗ୍ରୀନ ଜୋନ ଘୋଷଣା କରିଥିଲେ । ଲକଡାଉନ ପାଇଁ ଉନ୍ନୟନ ମୁଳକ କାମ ପଛେଇ ଯାଉଥିବାବେଳେ ଶ୍ରମିକମାନେ କାମଧନ୍ଧା ପାଇପାରୁ ନଥିବାରୁ ରାଜ୍ୟ ସରକାର କିଛି ଜିଲ୍ଲାରେ ଉନ୍ନୟନ ମୁଳକ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଏବେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକ୍କାଘର କାମ ନିର୍ମାଣ ବନ୍ଦ ହୋଇଯାଇଥିବାରୁ ତାହାକୁ ତ୍ୱରାନ୍ୱୀତ କରିବା ପାଇଁ ବଞ୍ଚୋ ବାଲିଘାଟରୁ ବାଲି ସୁପରିବହନ ପାଇଁ ତହସିଲ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ବାଲି ପରିବହନବେଳେ ଯେପରି କୌଣସି ବାଧା ନଉପୁଜେ ସେଥିପ୍ରତି ପଦକ୍ଷେପ ନେବାକୁ ଚିଠିନଂ ୧୭୪୪ ତା ୧୭/୪/୨୦୨୦ରେ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.