ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ ବଜ୍ରାଘାତଘଟି ଜଣେ ବୃଦ୍ଧଙ୍କ ସମେତ ୩ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ବୋଡ଼କ ପଂଚାୟତ ଅଧୀନ ଓରାଳି ଗ୍ରାମର ଗୋପୀନାଥ ସାହୁ (୬୫) ନାମକ ଜଣେ ବୃଦ୍ଧ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇଥିଲେ । ସେହିପରି ଗୁଆମାଳ ଗ୍ରାମର ରମାମଣୀ ଜେନା (୫୬) ଗୁହାଳ ପରିଷ୍କାର କରୁଥିବା ବେଳେ ଏବଂ କୋହ୍ଲ ବଜାରର ପ୍ରଶାନ୍ତ ଧଳ (୨୩) ନାମକ ଜଣେ ଯୁବକ ରାସ୍ତାରେ ଯିବାବେଳେ ବଜ୍ରାଘାତରେ ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଗୋପୀନାଥ ଓ ରମାମଣିଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।








