Home ଜିଲ୍ଲା ପରିକ୍ରମା ବଜ୍ରାଘାତରେ ତିନି ଚାଷୀଙ୍କ ଅକାଳ ମୃତ୍ୟୁ, ଶୋକାକୁଳ ପରିବେଶ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ବଜ୍ରାଘାତରେ ତିନି ଚାଷୀଙ୍କ ଅକାଳ ମୃତ୍ୟୁ, ଶୋକାକୁଳ ପରିବେଶ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

20

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧ୍ୟାହ୍ନରେ ବିଲରେ ଚାଷ କାର୍ଯ୍ୟ କରୁଥିବା ବେଳେ ବନ୍ତ ତହସିଲ ଅଧିନ କାଦବରାଙ୍ଗ ପଂଚାୟତ ଭଗାରାମ ଗ୍ରାମର ଗୌରାଙ୍ଗ ଦାସ(୬୨), ଚାରିଗାଁ ପଂଚାୟତ ଉପରସାହିର ଗଣେଷ ଜେନା(୫୫)ଙ୍କ ଆଜି ବଜ୍ରାଘାତରେ ଅକାଳ ମୃତ୍ୟୁ ଘଟିଛି । ଉଭୟ ଚାଷୀ ବିଲରେ ରୁଆପୁତା କାର୍ଯ୍ୟ କରୁଥିବା ବେଳେ ୨.୩୦ଘଟିକା ସମୟରେ ହଟାତ୍ ଘଡଘଡି ସହ ବର୍ଷା ହୋଇଥିଲା । ବଜ୍ରାଘାତରେ ଶିକାର ହେବା ପରେ ଉଭୟ ଚାଷୀଙ୍କୁ ତୁରନ୍ତ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଗୌରାଙ୍ଗ ଙ୍କର ବିଧବା ସ୍ତ୍ରୀ, ୩ପୁଅ, ୨ଝିଅ ଅଛନ୍ତି ଏବଂ ଗଣେଷଙ୍କ ୨ପୁଅ ଓ ବିଧବା ସ୍ତ୍ରୀ ଘରେ ଅଛନ୍ତି । ଖବର ପାଇ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଢେଇ, ପୂର୍ବତନ ସରପଂଚ ବାବୁଲା ମହାନ୍ତି, ଯୁବନେତା ବିଷ୍ଣୁ ପ୍ରସାଦ ଦାସ, ଲକ୍ଷ୍ମୀଧର ନାୟକ, ଦୁର୍ଯ୍ୟୋଧନ ନାୟକ ଡାକ୍ତରଖାନାରେ ପହଂଚି ଉଭୟ ଚାଷୀ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେହିପରି ଖଇରା ବ୍ଲକ ହରିପୁର ପଂଚାୟତ ମଲ୍ଲାରି ଗ୍ରାମର ରାକେଶ ତିଆଡି(୩୬) ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି । ସେ ବିଲରେ କତି କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତିନି ମୃତକଙ୍କୁ ସଂନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠା ଯାଇଛି । ତିନି ଚାଷୀଙ୍କ ମୃତ୍ୟୁରେ ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.