Home ଜିଲ୍ଲା ପରିକ୍ରମା ବଜ୍ରପାତରେ ୨ ଗୁରୁତର

ବଜ୍ରପାତରେ ୨ ଗୁରୁତର

16

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ବାତ୍ୟା ‘ମୋନ୍ଥା’ ଜନିତ ଲଘୁଚାପ ବର୍ଷାର ବଜ୍ରପାତରେ ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ବାଲିମେଦ ପଂଚାୟତର କାଳିଦାସପୁର ଗ୍ରାମରେ ଦୁଇଜଣ ଗୁରୁତର ହୋଇ ଭଦ୍ରକ ଜିଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ସୁବଳ ମାଝୀଙ୍କ ୧୦ମ ଶ୍ରେଣୀରେ ପଢୁଥିବା ପୁତ୍ର ଶୁଭମ୍ ରାତି ୮.୩୦ ରେ ଟ୍ୟୁସନରୁ ଘରକୁ ଫେରୁଥିବାବେଳେ ବଜ୍ରପାତ ଘଟି ଗୁରୁତର ହୋଇଥିଲା। ସେହିଭଳି ଉକ୍ତ ଗ୍ରାମର ନେତାଜୀ ଜେନାଙ୍କ କନ୍ୟା ସନ୍ଧ୍ୟାରାଣୀ (୨୮) ଘର ବାରଣ୍ଡାରେ ରୋଷେଇ କରୁଥିବାବେଳେ ବଜ୍ରପାତ ଘଟି ଗୁରୁତର ହୋଇଥିଲେ। ଉଭୟଙ୍କ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ନିଆଯିବା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.