Home ଜିଲ୍ଲା ପରିକ୍ରମା ବଜ୍ରପାତରେ ୧୩ଟି ଗୋରୁଙ୍କର ମୃତ୍ୟୁ

ବଜ୍ରପାତରେ ୧୩ଟି ଗୋରୁଙ୍କର ମୃତ୍ୟୁ

144

ତାଳଚେର,୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଗଣ୍ଡମାଳା ପଂଚାୟତ ଅନ୍ତର୍ଗତ ସୁଲେଇପାଳ ଗ୍ରାମ ନିକଟରେ ବଜ୍ରପାତ ହେବାରୁ ୧୩ଟି ଗୋରୁଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି । ଏକ ବଡ଼ ଗୋରୁ ପଲ ଗାଁ ନିକଟ ଜମିରେ ଚରୁଥିବା ବେଳେ ବର୍ଷା ସହ ବଜ୍ରପାତ ହୋଇଥିଲା । ଫଳରେ ଗୋରୁ ଗୁଡ଼ିକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହି ଗୋରୁଗୁଡ଼ିକ ସୁଲେଇପାଳ ଗ୍ରାମର ସୁଧାକର ସାମଲ, ଜଗବନ୍ଧୁ ସାମଲ,ପଟାୟତ ସାମଲ,ପ୍ରମୋଦ ବିଶି,ଇଶ୍ୱର ବିଶି,ନିର୍ମଳ ସାମଲ,ପଂଚାନନ ସାମଲ,ବିପିନ ସାମଲ,ବିଜନ ରାଉଳ ଓ ଶରତ ଗଡ଼ନାୟକ ଙ୍କର ବୋଲି ଜଣାପଡ଼ିଛି । ଗୋରୁମାଲିକ ମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.