Home ଜିଲ୍ଲା ପରିକ୍ରମା ବଜ୍ରପାତରେ ଗୁରୁତର ଅଜୟଙ୍କୁ କଟକ ସ୍ଥାନାନ୍ତର

ବଜ୍ରପାତରେ ଗୁରୁତର ଅଜୟଙ୍କୁ କଟକ ସ୍ଥାନାନ୍ତର

40

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ୪ ଘଟିକା ସମୟରେ ଭଦ୍ରକରେ କାଳବୈଶାଖୀ ଜନିତ ବଜ୍ରପାତରେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଅପରାହ୍ନରେ ପୌରାଞ୍ଚଳ ୯ନଂ ୱାର୍ଡ ମଣିସାହି ଗ୍ରାମର ଅଜୟ ମହାନ୍ତି (୫୩) ନିଜ ଘର ନଳକୂପ ନିକଟରେ ଠିଆ ହୋଇଥିବାବେଳେ ପାଖ ନଡିଆଗଛକୁ ବଜ୍ରପାତ ହୋଇଥିଲା । ଏହାର ପ୍ରଭାବରେ ଅଜୟ ଗୁରୁତର ହୋଇପଡିଥିଲେ । ଏପରିକି ସେ ତଳେ ପଡି ରକ୍ତାକ୍ତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ସ୍ଥାନାନ୍ତର କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଅଜୟ ଜଣେ ଅଟୋ ଡ୍ରାଇଭର ଅଟନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.