Home ଜିଲ୍ଲା ପରିକ୍ରମା ବଜରାପୁର ପଂଚାୟତରେ ୪୦ରୁ ଉର୍ଦ୍ଧ ଭୋଟର ତାଲିକାରୁ ବାଦ ନେଇ ବାଂଶଡା ଥାନାରେ ବିଜେପି ପକ୍ଷରୁ...

ବଜରାପୁର ପଂଚାୟତରେ ୪୦ରୁ ଉର୍ଦ୍ଧ ଭୋଟର ତାଲିକାରୁ ବାଦ ନେଇ ବାଂଶଡା ଥାନାରେ ବିଜେପି ପକ୍ଷରୁ ଦାବୀପତ୍ର

10

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବଜରାପୁର ପଂଚାୟତରେ ବହୁ ଭୋଟରଙ୍କୁ ଭୋଟ ଦାନରୁ ବଂଚିତ କରାଯାଇଥିବା ବେଳେ ଏହାକୁ ନେଇ ବିଜେପି ପକ୍ଷରୁ ବାଂଶଡା ଥାନାଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଗତ ସାଧାରଣ ନିର୍ବାଚନ ସମୟରେ ବଜରାପୁର ପଂଚାୟତରେ ୪୦ରୁ ଅଧିକ ଭୋଟର ମାନଙ୍କୁ ଜାଣିଶୁଣି ବଂଚିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର କିଛି ପୃଷ୍ଠ ପୋଷକ ଯଥା ବଜରାପୁର ପଂଚାୟତ ଦାୟିତ୍ୱରେ ଥିବା ବିଏଲଓ ସରୋଜ ବାରିକ, ଗଣେଶ ଦାସ, ରମେଶ ସାହୁ, ସୁପରଭାଇଜର ଭିମସେନ ଦାସ, ଗ୍ରାମ ପଂଚାୟତ ଅଫିସର ରାଜେନ୍ଦ୍ର ପ୍ରସାଦ ଦାସ, ଚାନ୍ଦବାଲି ବିଡିଓ ଅସିତ ମହାନ୍ତି, ଉପ ଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସର (ଚାନ୍ଦବାଲି ବିଧାନସଭା କ୍ଷେତ୍ର) ମନୋଜ ପାତ୍ର ନିଜ ନିଜର ସରକାରୀ ପଦ ଓ କ୍ଷମତାର ଅପବ୍ୟବହାର କରି ଅପରାଧିକ ଷଡଯନ୍ତ୍ର ପୂର୍ବକ ୪୦ରୁ ଉର୍ଦ୍ଧ ଭୋଟର ମାନଙ୍କୁ ଭୋଟର ତାଲିକାରୁ ବାଦ ଦେଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଅଭିଯୋଗ ମୁତାବକ ବାଦ ପଡିଥିବା ଭୋଟର ମାନେ ବିଜୁ ଜନତା ଦଳର ଶାସନ ଦାୟିତ୍ୱରେ ଥିବା ବେଳେ ଏହି ବ୍ୟକ୍ତି ବିଶେଷ ଅଂଚଳର ବିଭିନ୍ନ ସମସ୍ୟା ଓ ସରକାରୀ ଯୋଜନାର/ପ୍ରକଳ୍ପରେ ହୋଇଥିବା ଅନିୟମିତତା ଓ ଦୁର୍ନିତୀ ସମ୍ପର୍କରେ ସ୍ୱର ଉତୋଳନ କରିଥିଲେ । ଏଣୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ତାଙ୍କ ସହଯୋଗୀ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ଆଜି ଉପସ୍ଥିତ ରହି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ସଂପୃକ୍ତ ଅଧିକାରୀ ମାନେ ନିଜର ସାମ୍ବିଧାନିକ ପଦ ଓ କ୍ଷମତାର ଅପବ୍ୟବହାର କରି ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବାରୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବୀ କରିଛନ୍ତି । ଏହି ଦାବୀପତ୍ରର ନକଲ ସେମାନେ ଭଦ୍ରକ ଜିଲ୍ଲାପାଳ, ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି । ଉପସ୍ଥିତ ଥିବା ବୃଦ୍ଧ ବ୍ୟକ୍ତି ଯଥା ଗୋପିନାଥ ତରାଇ ,ଦେବେନ୍ଦ୍ର ସାମଲ, ମୌସୁମୀ ତରାଇ, ପଦ୍ମାବତୀ ସାହୁ, ଧୃବ ଚରଣ ପଲେଇ, ହେମନ୍ତ କୁମାର ଦାସ, ସୁଜାତା ବେହେରା, ପୁଷ୍ପଲତା ଦାସ, ନିରଞ୍ଜନ ସାହୁ, ସୁଭଦ୍ରା ପଲେଇ, ହେମନ୍ତ ବିଶ୍ୱାଳ ଏବଂ ସାମଜିକ କର୍ମୀ ଶରତ ସେନାପତି ପ୍ରମୁଖ ନିଜ ପ୍ରତିକ୍ରିୟାରେ ସେମାନେ ପୂର୍ବରୁ ଅନ୍ୟ ଭୋଟ ସମୟରେ ଭୋଟ ଦେଇଥିବା ବେଳେ ସଂପୃକ୍ତ ଅଧିକାରୀ ଜାଣିଶୁଣି ସେମାନଙ୍କୁ ଭୋଟ ଦାନରୁ ବଂଚିତ କରିଛନ୍ତି । ତୁରନ୍ତ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ କରୁଛୁ ।ଏହି ଅଧିକାରକୁ ନେଇ ସେମାନେ ଆଗାମୀ ଦିନରେ ନ୍ୟାୟାଳୟରେ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.