Home Top News ବଙ୍ଗଳାର ଲୋକମାନେ ବିଜେପିକୁ ଉପଯୁକ୍ତ ଉତ୍ତର ଦେଲେ : ଅଖିଳେଶ ଯାଦବ

ବଙ୍ଗଳାର ଲୋକମାନେ ବିଜେପିକୁ ଉପଯୁକ୍ତ ଉତ୍ତର ଦେଲେ : ଅଖିଳେଶ ଯାଦବ

130

ଲକ୍ଷ୍ନୌ ୨-୫ (ଓଡ଼ିଆ ପୁଅ) ରବିବାର ଦିନ ଅର୍ଥାତ୍ ମଇ ୨ ତାରିଖରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଭୋଟ ଗଣତିରୁ ଧାରାକୁ ନେଇ ଶାସକଦଳ ତୃଣମୂଳ କଂଗ୍ରେସ (ଟିଏମସି) ଏକ ବଡ଼ ଅଗ୍ରଣୀ ଦଳ ଭାବରେ ଉଭା ହୋଇଛି। ତୃଣମୂଳ କଂଗ୍ରେସ ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ବିଜେପି ଦୁଇ ଅଙ୍କରେ ସୀମିତ ହୋଇରହିଯାଇଛି। ଏହା ପରେ ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ ବିଜେପିକୁ ନେଇ କଟାକ୍ଷ କରିଛନ୍ତି।

ଅଖିଳେଶ ଏକ ଟୁଇଟ୍‌ରେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପିର ଘୃଣାର ରାଜନୀତିକୁ ପରାସ୍ତ କରିଥିବା ସଚେତନ ଜନତା, ସଂଗ୍ରାମୀ ମମତା ବାନାର୍ଜୀ ଏବଂ ଉତ୍ସର୍ଗୀକୃତ ଟିଏମସି ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ସେ ସମାନ ଟ୍ୱିଟରେ କହିଛନ୍ତି ଯେ ବିଜେପିର ଜଣେ ମହିଳାଙ୍କ ଉପରେ କରାଯାଇଥିବା ଅସମ୍ମାନିତ ବ୍ୟଙ୍ଗ ‘ଦିଦି ଓ ଦିଦି’ ବିପକ୍ଷରେ ଏହା ହେଉଛି ଜନସାଧାରଣଙ୍କର ଜବାବ।

ଅଖିଲେଶ ଯାଦବ ‘ଦିଦି ଜିଓ ଦିଦି’ ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି।
ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଟିଏମସିକୁ କଡ଼ା ମୁକାବିଲା କରିବାକୁ ବିଜେପି ଅତ୍ୟନ୍ତ ଆକ୍ରମଣାତ୍ମକ ପ୍ରଚାର କରିଥିଲା, କିନ୍ତୁ ଗଣନା ଧାରା ଅନୁଯାୟୀ ଏହା ଟିଏମସିଠାରୁ ବହୁ ପଛରେ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.