Home ଜିଲ୍ଲା ପରିକ୍ରମା ବଉଳା କଲେଜ ପ୍ରାକ୍ତନ ଅଧ୍ୟକ୍ଷାଙ୍କ ପରଲୋକ

ବଉଳା କଲେଜ ପ୍ରାକ୍ତନ ଅଧ୍ୟକ୍ଷାଙ୍କ ପରଲୋକ

37

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବଉଳା +୨ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଓ ବହୁ ଅନୁଷ୍ଠାନ ସହ ଜଡିତ ଶିକ୍ଷାବିତ୍ ତଥା ସମାଜସେବିକା ସୁନନ୍ଦାରାଣୀ ସ୍ୱାଇଁ(୬୫)ଙ୍କ ପରଲୋକ ଘଟିଛି । ଶ୍ରୀମତୀ ସ୍ୱାଇଁ ଶାରିରୀକ ଅସୁସ୍ଥତା ହେତୁ ଭୁବନେଶ୍ୱର ଠାରେ ଚିକିତ୍ସିତ ହେଉଥିବା ବେଳେ ଗତ ସୋମବାର ସକାଳେ ମୃତ୍ୟୁ ବରଣ କରିଥିଲେ । ସନ୍ଧ୍ୟାରେ ତାଙ୍କ ମରଶରୀର କାନପୁର ଠାରେ ପହଚିଂବା ପରେ ଶହଶହ ସଂଖ୍ୟାରେ ଶୁଭେଚ୍ଛୁ ପୂର୍ବତନ ସରପଚଂ ନିରଞ୍ଜନ ବିଶ୍ୱାଳ, ବଉଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ ଜେନା,ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ବେହେରା, ଅଧ୍ୟାପକ ଫକୀରଚରଣ ଶଙ୍ଖୁଆ, ସତେନ୍ଦ୍ର କୁମାର ରାଉତରାୟ, ଶିକ୍ଷାବିତ୍ ହରମୋହନ ପଣ୍ଡା, ହରେକୃଷ୍ଣ ବେହେରା, ନିରାକାର ମହାନ୍ତି, ସନାତନ ମହାପାତ୍ର,ଇଂ.ପ୍ରମୋଦ ପ୍ରଧାନ, ବ୍ୟାଙ୍କ ଶାଖା ପରିଚାଳକ ସୁଦର୍ଶନ ବେହେରା, କେନ୍ଦୁଝର ଓଷ୍ଟା ସଂଘର ରଘୁନାଥ ବେହେରା,ଶିକ୍ଷାବିତ୍ ମନୋଜ ମଞ୍ଜରୀ ମଲ୍ଲିକ୍‌, ଅକ୍ଷୟ ବେହେରା, ଆଲୋକ କୁମାର ଭରଦ୍ୱାଜ୍‌, ଅକ୍ଷୟ କୁମାର ବେହେରା, ଅଧ୍ୟାତ୍ମିକ ଚେତନାର ମଣିଷ ବୃନ୍ଦାବନ ବେହେରା, ପ୍ରାକ୍ତନ ଅଧ୍ୟାପକ ନବକିଶୋର ବେହେରା, ତରତରା ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମନ୍ଦାକିନୀ ବେହେରା, ଶିକ୍ଷୟିତ୍ରୀ କମଳିନୀ ବେହେରା, ବିଶ୍ୱବନ୍ଦନା ବେହେରା, ଝିଅ ପ୍ରିତୀନନ୍ଦା ପ୍ରିୟଦର୍ଶନୀ ବେହେରା ପ୍ରମୁଖ ଶବାଧାରରେ ସାମିଲ୍ ଥିଲେ । ପୁଅ ପ୍ରଭୁପ୍ରସାଦ ବେହେରା ମୁଖାଗ୍ନି ଦେଇଥିଲେ । ପ୍ରକାଶ ଯେ ୧୯୮୩ ମସିହାରେ ସ୍ୱର୍ଗତା ବେହେରା କାନପୁର ବାଳିକା ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିବା ବେଳେ ୧୯୮୬ ମସିହାରେ ଓଡିଆ ଅଧ୍ୟାପିକା ଭାବେ ବଉଳା ମହାବିଦ୍ୟାଳୟରେ ଯୋଗଦାନ ପରେ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥାଇ ୨୦୨୦ ମସିହାରେ ଅବସର ନେଇଥିଲେ । ସେ ଏକାଧାରରେ ଜଣେ ଲେଖିକା, ପ୍ରବନ୍ଧିକା ଓ ସୁବକ୍ତା ସାଙ୍ଗକୁ ଆଗରପଡା ଚିନ୍ତା ଚେତନା ସାହିତ୍ୟ ସଂସଦ, ଆନନ୍ଦପୁର ସାହିତ୍ୟ ସଂସଦ, କୁପାରୀ ଅମ୍ବିକା ସାହିତ୍ୟ ସଂସଦ,ଉତ୍କଳକେଶରୀ ଆଗରପଡା ମହୋତ୍ସବ କମିଟି , ଜିଲ୍ଲା ସ୍ତରୀୟ ଡ.ହରେକୃଷ୍ଣ ମହତାବ ଜୟନ୍ତି କମିଟି , ଆଗରପଡା ମଧୁସୂଦନ ଜୟନ୍ତି କମିଟିର ସକ୍ରିୟ ସଭ୍ୟ ଭାବେ ରହି ନିଜର ସାମାଜିକ ପ୍ରତିବଦ୍ଧତାର ପରିଚୟ ଦେଇ ଆସିଥିଲେ । ଏଥିସହ ଅରବିନ୍ଦ ପାଠଚକ୍ର, ମହିମା ଅଲେଖ, ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥା ସହ ଜଡିତ ରହି ସେବା ଓ ଧର୍ମ ଚର୍ଚ୍ଚା କରି ଆସୁଥୁଲେ । ତାଙ୍କ ଲିଖିତ ପୁସ୍ତିକା ଚନ୍ଦ୍ରିକା ଓ ମାୟାବିନୀ ପାଠକଙ୍କ ଦ୍ୱାରା ବେଶ ଜନାଦୃତ ହୋଇଥିଲା । ଏପରି ଜଣେ ବହୁଗୁଣର ଅଧିକାରିଣୀଙ୍କ ମୃତ୍ୟୁରେ ହାଟଡିହି,ଆନନ୍ଦପୁର, ବନ୍ତ ଓ ଖଇରା ବ୍ଲକ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.