ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରଣାବଜାର ନିକଟସ୍ଥ ଫ୍ରେଜର ସରକାରୀ ବାଳିକା ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭ୍ୟସଭ୍ୟାମାନଙ୍କର ମିଳିତ ଉଦ୍ୟମ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଦ୍ରକ ପୌର ପରିଷଦର ଅଧ୍ୟକ୍ଷା ଗୁଲମକୀ ଦଲୱାଜି ହବିବ୍ ମୁଖ୍ୟଅତିଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭଦ୍ରକ, ଅଂଶୁମାନ ଦିବେଦୀ ମୁଖ୍ୟବକ୍ତା, ଉପଗୋଷ୍ଠୀ ଶିକ୍ଷାଧିକାରୀ, ଭଦ୍ରକ, ଶ୍ରୀମତୀ ମିଶ୍ର, ବରେଣ୍ୟ ଅତିଥି, କାର୍ଯ୍ୟନିର୍ବାହୀ ଅଧିକାରୀ ଭଦ୍ରକ ପୌରପାଳିକା ତାପସ କୁମାର ସାମଲ, ବିଶିଷ୍ଟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ଶେଖ ଜୁଇଫୁକାର ଅଲ୍ଲି, କାଉନ୍ସିଲର ୱାର୍ଡ଼ନଂ-୨୬, ନିଳାମ୍ବର ପାଣିଗ୍ରାହୀ, ସି.ଆର.ସି.ସି., ହାଜି ତବରେଜ ଖାଁ, ସମ୍ପାଦକ ରାଜ୍ୟ ଶିକ୍ଷକ ସଙ୍ଘ ଓ ଜାବିର ଖାଁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶେଖ୍ ଜମାଲୁଦ୍ଦିନ୍ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ନାୟକ ବିବରଣୀ ପାଠ କରିଥିଲେ। ଶିକ୍ଷକ ପଦ୍ମନାଭ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଜିସାନ୍ କାଦ୍ରୀ, ସଗୁପ୍ତା କାଦ୍ରୀ ଓ ସ୍ନେହଲତା ଦେ। ସେହିପରି ଶିକ୍ଷକ ଶାହାନାୱାଜ ଆଲାମ, ଶେଖ ଅଜିଜ୍, ଶିକ୍ଷିକା ଅଜିଜା ଖାତୁନ, ହନିଫ୍ ବେଗମ, ମଞ୍ଜୁଲତା ଗୁପ୍ତା, ମଞ୍ଜୁଲତା ସାହୁ, ପ୍ରଦିପ୍ତା ପାଢ଼ୀ ସହିତ ପରିଚାଳନା କମିଟିର କର୍ମକର୍ତା ଉତ୍ସବ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପୁରାତନ ବିଦ୍ୟାଳୟରେ ପ୍ରଥମ ଥର ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଥିବାରୁ ଅଭିଭାବକ ମହଲରୁ ସୁଭେଚ୍ଛାର ବାର୍ତା ପ୍ରଦାନ କରିଥିଲେ।