Home ଜିଲ୍ଲା ପରିକ୍ରମା ଫୋନ୍ ପେ’ ରୁ ଲୁଟିନେଲେ ୬୩ ହଜାର

ଫୋନ୍ ପେ’ ରୁ ଲୁଟିନେଲେ ୬୩ ହଜାର

384

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଁ ଷ୍ଟେଟ୍‌ବ୍ୟାଙ୍କ ଆଇଟିସେଲ୍ ମ୍ୟାନେଜର କହୁଛି । ତୁମର ଫୋନ୍ ପେ ଅପଡେଟ୍ ହୋଇନାହିଁ । ତେଣୁ ତୁରନ୍ତ ଅପଡେଟ୍ କର ନଚେତ ତୁମର ଫୋନ୍ ପେ ଅଚଳ ହୋଇଯିବ । ଏହିଭଳି ଏକ ଫୋନ୍ ତିହିଡି ବ୍ଲକ୍ ଗୁଆମାଳ ପଂଚାୟତ ସଦାନନ୍ଦପୁର ଗ୍ରାମର ଆକାଶମାରୀ ବାତରେ ପୀଡିତ ମନୋରଂଜନ ଦାସଙ୍କ ମୋବାଇଲ୍ ନଂ ୮୯୮୪୫୨୯୪୮୧ କୁ ଯାଇଥିଲା । ଆଇଟିସେଲ୍ ମ୍ୟାନେଜର ବୋଲି ପରିଚୟ ଦେଇଥିବା ବ୍ୟକ୍ତି ୮୦୧୮୩୬୭୧୩୦ ଫୋନ୍ ରୁ ମନୋରଂଜନଙ୍କୁ ଫୋନ୍ କରି ବିଭିନ୍ନ ପାସ୍‌ୱାର୍ଡ ମାଗିଥିଲେ । ଏପରିକି ଲିଙ୍କ ଅପଡେଟ୍ କରିବା ପାଇଁ ତିନି ଚାରି ଥର ଯାଉଥିବା ମେସେଜ୍ ଉପରେ ଲେଖା ଯାଇଥିବା ନମ୍ବର ଗୁଡିକ ମାଗିଥିଲେ । ବାରମ୍ବାର ଯାଉଥିବା କୋର୍ଡକୁ ଡାକୁଥିଲେ ମନୋରଂଜନ ଓ ଏହି କୋର୍ଡକୁ ଅପଡେଟ୍ କରି ଚାଲିôଥଲେ ସେହି ଅଜଣା ବ୍ୟକ୍ତି । ଏହାର କିଛି ସମୟ ପରେ ମନୋରଂଜନଙ୍କ ମୋବାଇଲ୍‌କୁ ତିହିଡି ଷ୍ଟେଟ୍‌ବ୍ୟାଙ୍କରୁ ମେସେଜ୍ ଆସିଥିଲା ତିନି ଦଫାରେ ମୋଟ ୬୨ ହଜାର ୯୯୬ ଟଙ୍କା ଉଠି ଯାଇଛି ବୋଲି । ଏହି ମେସେଜ୍ ପାଇବା ପରେ ହତାଶ ମନୋରଂଜନ ନିଜ ଭଉଣୀଙ୍କୁ ଜଣାଇବା ସହ ଅଜଣା ବ୍ୟକ୍ତିଙ୍କ ଫୋନ୍ ନମ୍ବରକୁ ଟଙ୍କା କାହିଁକି କାଟି ନେଲ ବୋଲି କହିଥିଲେ । ଉକ୍ତ ବ୍ୟକ୍ତି ବ୍ୟସ୍ତ ହୁଅ ନାହିଁ ୧ ଘଣ୍ଟା ମଧ୍ୟରେ ତୁମ ଟଙ୍କା ତୁମ ଆକାଉଣ୍ଟକୁ ଫେରିଯିବ କହିବା ସହ ହ୍ୱାଟାସ୍‌ଆପ୍‌ରେ ଆଉ ଏକ ମୋବାଇଲ୍ ନମ୍ବର ୭୯୯୨୪୮୧୧୨୨ ଦେଇଥିଲେ । ଏହା ପରଠାରୁ ସମସ୍ତ ମୋବାଇଲ୍ ନମ୍ବର ସୁଇଚ୍ ଅଫ୍ ଦେଖଉଛି ।

 

 

ହତାଶ ଭାଇ ଭଉଣୀ ମନୋରଂଜନ ଓ ମନୋରମା ତିହିଡି ଏସ୍‌ବିଆଇ ବ୍ୟାଙ୍କରେ ପହଞ୍ôଚ ସମସ୍ତ ଘଟଣା ଜଣାଇବା ସହ ବ୍ୟାଙ୍କରୁ ଏକ ଷ୍ଟେଟ୍‌ମେଣ୍ଟ ବାହାର କରିଥିଲେ । ଯେଉଁଥିରେ ପ୍ରଥମେ ୨୯୯୮ ପରେ ୧୯ ହଜାର ୯୯୯ ଓ ଶେଷରେ ୩୯ ହଜାର ୯୯୯ ଟଙ୍କା କାଟି ନିଆଯାଇଥିବା ଜଣାପଡିଛି । ଏହି ତାଲିକାକୁ ନେଇ ଏକ ଅଭିଯୋଗ ପତ୍ର ସଂଯୋଗ କରି ତିହିଡି ଥାନାରେ ଭଉଣୀ ମନୋରମା ଦାସ ଦାଖଲ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ଓ ଦୁଃଖ ଦାୟକ ଘଟଣା ହେଲା ୧୨ ବର୍ଷ ହେଲା ଆକାଶମାରୀ ବାତରେ ପୀଡିତ ଥିବା ମନୋରଂଜନ ଦାସ ନିଜ ଭଉଣୀ ମନୋରମା ଦାସଙ୍କୁ ବିବାହ କରାଇବା ପାଇଁ ଦେଢ ଗୁଣ୍ଠ ଜମି ବିକ୍ରି କରି ତିହିଡି ଷ୍ଟେଟ୍ ବ୍ୟାଙ୍କରେ ଜମା ରଖିଥିଲେ । ଏହି ଜମି ବିକା ଟଙ୍କା ତାଙ୍କ ପରିବାର ପାଇଁ ଅତି ମୂଲ୍ୟବାନ ଥିଲା । କିନ୍ତୁ ଅଜଣା ଆଇଟିସେଲ୍ ମ୍ୟାନେଜର ୬୩ ହଜାର ଟଙ୍କା ଲୁଟି ନେଦବାରୁ ସାରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଏମାନଙ୍କୁ ଉଚିତ୍ ନ୍ୟାୟ ଦିଆଯିବା ପାଇଁ ସ୍ଥାନୀୟ ଅଂଚଳରୁ ଦୀପ୍ତିକାନ୍ତ ଖୁଣ୍ଟିଆ, ବ୍ଲକ୍ ଉପାଧ୍ୟକ୍ଷ ମାନସ ପାଠୀ, କୁବେରା ସରପଞ୍ଚଙ୍କ ପ୍ରତିନିଧି ମୁନା ବେହେରା ପ୍ରମୁଖ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.