ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ବିଜୁଯୁବଜନତା ଦଳର ପକ୍ଷରୁ ଜଣେ ସାମ୍ବାଦିକ ଙ୍କ ବିରୋଧରେ ଧାମନଗର ଥାନା ରେ ଅଭିଯୋଗ କରାଯାଇଛି। ସୁଚନା ଥାଉ କି ବିଗତ ପଖାଳ ଦିବସ ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଖାଳ ଖାଇବାର ଏକ ଭିଡ଼ିଓ ପୋଷ୍ଟ ହୋଇଥିଲା। କିନ୍ତୁ ଏଥି ପ୍ରତି ଅସହିଷ୍ଣୁ ମନୋଭାବ ନେଇ ଫୋକସ ପ୍ଲସ ନାମକ ଏକ ୱେବ ଚେନାଲ ର ନିଜକୁ ସାମ୍ବାଦିକ ବୋଲାଉ ଥିବା ସୁଧାଂଶୁ ଶେଖର ରାଉତ, ସା/ପୋଷ୍ଟ – ମଙ୍ଗଳପୁର, ଜିଲ୍ଲା-ଯାଜପୁର, ଅତ୍ୟନ୍ତ କଟୁ ଓ ଅଶାଳୀନ ମନ୍ତବ୍ୟ ଦେଇ ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ଉଦ୍ଦେଶ୍ୟ ମୂଳକ ଭାବେ ଅପମାନିତ କରିଛନ୍ତି । ସେ ତାଙ୍କ ଗଣମାଧ୍ୟମ ଜରିଆରେ କହିଛନ୍ତି “ନବୀନ ପଟ୍ଟନାୟକଙ୍କ ବାପା ଚୌଦ ପୁରୁଷ ରେ କେହି ପଖାଳ ଖାଇ ନାହାନ୍ତି। ଓଡ଼ିଶାର ବରପୁତ୍ର, ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଏପ୍ରକାର କଟୁ ମନ୍ତବ୍ୟରେ ଆମେ ମର୍ମାହତ ଏବଂ ଏଭଳି ଘଟଣା ସାରା ଓଡ଼ିଶାର କୋଟି କୋଟି ଯୁବକଙ୍କ ମନରେ ଆଘାତ ଦେଇଛି । ସୁଧାଂଶୁ ଶେଖର ରାଉତ ଙ୍କ ବିରୋଧ ରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଚି। ସୋମବାର ସଂଧ୍ୟା ରେ ଧାମନଗର ବ୍ଲକ ଯୁବ ବିଜୁଜନତା ଦଳ ର ବ୍ଲକ ସଭାପତି ଭାରତ ବିଜୟ ଦଳାଇ, ଯୁବ କର୍ମୀ ସତ୍ୟ ବ୍ରତ ନାୟକ, ବିରଂଚି ରାଉତ,ବିଜେଡ଼ି ନଗର ସଭାପତି ଶୁଶାନ୍ତ ରାଉତ, କୃଷ୍ଣ ଚନ୍ଦ୍ର ପତି, ଜ୍ୟୋତି ପ୍ରକାଶ ସାମଲ,ସୁଦୀପ୍ତ ଖଟୁଆ ଙ୍କ ସମେତ ୫୦ରୁ ଉର୍ଦ୍ଧ କର୍ମୀ ମାନେ ଉପସ୍ଥିତ ରହି ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନା ଙ୍କୁ ଲିଖିତ ଅଭିଯୋଗ କରିଥିଲେ।