ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଅବସ୍ଥିତ“ଫୈଯେ ରଯା ଏଜୁକେଶନଲ ଏଣ୍ଡ ୱେଲ ଫେୟାର ଟ୍ରଷ୍ଟ” ଆନୁକୂଲ୍ୟରେ ଟ୍ରଷ୍ଟର ସଭାପତି ଶେଖ ଗୋଲାମ ମହମ୍ମଦଙ୍କ ସଭାପତିତ୍ୱରେ “୨ୟ ବାର୍ଷିକ ଉତ୍ସବ ଓ ଇସଲାହେ ମୁଆଶରା କନଫେରେନ୍ସ ” ପୁରୁଣାବଜାର ର ଅଲାଲପୁରସ୍ଥିତ ରୟାଲ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହମ୍ମଦ ସାଦାବଙ୍କ କୋରାନ ପାଠରୁ ଏବଂ ଟ୍ରଷ୍ଟର ସଦସ୍ୟ ସେଖ ଅବଦୁଲ ବାରୀଙ୍କ ସଂଚାଳନରୁ ଆରମ୍ଭ ହୋଇଥିଲା । ପ୍ରଥମ କୁନି କୁନି ଛାତ୍ରଛାତ୍ରୀମାନେ ଭାଷଣ ଦେଇଥିଲେ ଓ କବିତା ଗାଇଥିଲେ । ମୁଖ୍ୟ ଅତିଥି ଭାବେ ମହାରାଷ୍ଟ୍ର ମୁମ୍ବାଇରୁ ଅବଦୁଲ ଅଜୀଜ ଅତାରୀ ଏହି ଉତ୍ସବରେ ଯୋଗଦାନ କରି ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ରୋତାମାନଙ୍କୁ ନାତ ସରିଫ୍ ପଢ଼ି ମନମୁଗ୍ଧ କରିଥିଲେ ଓ ଇସଲାମ ଧର୍ମରେ ପ୍ରଫେଟ ମହମ୍ମଦଙ୍କ ଜୀବନୀ ଶୈଳୀ ବିଷୟରେ, ଶିକ୍ଷାର ମହତ୍ୱ ବିଷୟରେ ବହୁତ କିଛି ଶିଖିବାକୁ ମିଳିଥିଲା । ମଦ୍ରାସା ଫୈଯାନେ ଗରିବ ନୱାଜରୁ କୁରଆନ୍ ଶରିଫ ନାଜରା ଶେଷ କରିଥିବା ଛାତ୍ର ଯଥା ଗୁଲରେଜ ଖାନ, ସେଖ ଇମରାନ, ରେହାନ ହାମିଦ, ଅଲହମ ପରୱେଜ, ସେଖ ରେହାନ କାଦରୀଙ୍କୁ ଫୁଲତୋଡ଼ା, ପ୍ରମାଣପାତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହା ସହିତ ମଦ୍ରସା ଫେଯାନେ ଗରିବ ନୱାଜ, ମଦ୍ରାସା ଫୈଯାନେ ଉମ୍ମୁଲ ୱରା, ମଦ୍ରାସା ଫୈଯାନେ ଅହଲେବୈତ୍ ମଦ୍ରାସାର ବାର୍ଷିକ ପରୀକ୍ଷାରେ ଟପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଫୁଲତୋଡ଼ା ଓ ଉପହାର ଦିଆଯାଇଥିଲା । ମଦ୍ରାସାର ଶିକ୍ଷକ କାରୀ ଶାହା ମହମ୍ମଦ, କାରୀ ଏଜାଜ ଅହେମଦ, ଅଭିଭାବକ, ପିତାମାତା ଓ ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିଲେ । ମଦ୍ରସା ଫୈଯାନେ ଗରୀବ୍ ନୱାଯ ର ଉପସଭାପତି ସେଖ ମୋଇନୁଦ୍ଦିନ, ସଂପାଦକ ସେଖ ସାହିଦ ରଫିକ, ସହ ସଂପାଦକ ମହମ୍ମଦ ଅବଦୁଲ ରହିମ, କୋଷାଧ୍ୟକ୍ଷ ଅବଦୁଲ ଆବିଦ ଖାନଙ୍କ ସହିତ ସାହାଜାନ ଖାନ, ସେଖ ଆଶିକ, ଇସ୍ତାକ ଖାନ, ସେଖ ଇଜାଜ ଅହେମଦ, ହାଜି ସେଖ ଅହେସାନ, ସେଖ ରିୟାଜୁଦ୍ଦିନ, ସେଖ ମିନହାଜ, ସେଖ ମୁସ୍ତାକ, ସୈୟଦ ପରୱେଜ ଅହେଦ ପ୍ରମୁଖ ଧର୍ମସଭାକୁ ପରିଚାଳନା କରିଥିଲେ ।








