ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଅବସ୍ଥିତ“ଫୈଯେ ରଯା ଏଜୁକେଶନଲ ଏଣ୍ଡ ୱେଲ ଫେୟାର ଟ୍ରଷ୍ଟ” ଆନୁକୂଲ୍ୟରେ ଟ୍ରଷ୍ଟର ସଭାପତି ଶେଖ ଗୋଲାମ ମହମ୍ମଦଙ୍କ ସଭାପତିତ୍ୱରେ “ତାଲିମି ବେଦାରୀ କନ୍େଫ୍ରନ୍ସ” ପୁରୁଣାବଜାର, ଅଲାଲପୁରସ୍ଥିତ ରୟାଲ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମଦ୍ରାସା ଛାତ୍ର ଜୁବେର ମହମ୍ମଦଙ୍କ କୋରାନ ପାଠରୁ ଏବଂ ଟ୍ରଷ୍ଟର ସଦସ୍ୟ ସେଖ ଅବଦୁଲ ବାରୀଙ୍କ ସଂଚାଳନରୁ ଆରମ୍ଭ ହୋଇଥିଲା । ଟ୍ରଷ୍ଟ ଦ୍ୱାରା ପରିଚାଳିତ ଛୋଟ ଶଙ୍କରପୁର ଦରଜିପଟ୍ଟିରେ “ମଦ୍ରସା ଫେଯାନେ ଅହଲେ ବୈତ୍”ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମକ୍କି ଓ ମଦନି ଦୁଇ ଗ୍ରୁପ ମଧ୍ୟରେ କୁଇଜ ପ୍ରତିଯୋଗିତା ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ମଦନି ଗ୍ରୁପ ଛାତ୍ରଛାତ୍ରୀମାନେ ଯଥା – ମହମ୍ମଦ ଅରମାନ, ମହମ୍ମଦ ବଶିର, ମହମ୍ମଦ ମୋଜାହିଦ, ମହମ୍ମଦ ସରଫରାଜ, ସାଜିୟା ପରୱିନ, ସାଜେଫା ପରୱିନ, ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ । ଟ୍ରଷ୍ଟ ଦ୍ୱାରା ପରିଚାଳିତା ଆଉ ଦୁଇଟି ମଦ୍ରାସା ଯଥା ମଦ୍ରାସା ଫୈଯାନେ ଗରୀବ ନୱାଜ ଓ ମଦ୍ରାସା ଫୈଯାନେ ଉମ୍ମଲ ଓରା ର ଛାତ୍ରଛାତ୍ରୀମାନେ ନାତ୍ ଶରିଫ୍ ପଢ଼ିଥିଲେ ଓ ଭାଷଣ ଦେଇଥିଲେ । ୪ ଜଣ ଛାତ୍ରଛାତ୍ରୀ ଯଥା ସୈୟଦ ତହସିନ ଅହେମଦ, ଫାତେମା କାଦରୀ, ନେଦା ଫାତମା, ପଲକ କାଦରୀ କୁରଆନ୍ ଶରିଫ୍ ନାଜରା ପାଠ୍ ଆରମ୍ଭ କରିଥିଲେ । ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଫୁଲତୋଳା ଓ ଉପହାର ମୁଖ୍ୟ ଅତିଥି ହଜରତ ଅଲ୍ଲାମା ଓ ମୌଲାନା ମୁଫତି ସୋଲତନା ରଯା (ବିହାର)ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ମୌଲାନା (ପଣ୍ଡିତ) ଓ ସାଏର (କବି)ଙ୍କ ନୀତିବାଣି ଶୁଣିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ପିତାମାତା ଓ ସ୍ରୋତାମାନେ ଉପସ୍ଥିତ ରହି ଥିଲେ । ମୌଲାନା ସାହେବ ଶିକ୍ଷାର ମହତ୍ୱ ଓ ଶିକ୍ଷାର ବିଶେଷତ୍ୱ ଉପରେ ତକରୀର କରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ । ମଦ୍ରସା ଫୈଯାନେ ଗରୀବ୍ ନୱାଯ ର ଉପସଭାପତି ସେଖ ମୋଇନୁଦ୍ଦିନ, ସଂପାଦକ ସେଖ ସାହିଦ ରଫିକ, ସହ ସଂପାଦକ ମହମ୍ମଦ ଅବଦୁଲ ରହିମ, କୋଷାଧ୍ୟକ୍ଷ ଅବଦୁଲ ଆବିଦ ଖାନଙ୍କ ସହିତ ସାହାଜାନ ଖାନ, ସେଖ ଆଶିକ, ଇସ୍ତାକ ଖାନ, ସେଖ ଇଜାଜ ଅହେମଦ, ସେଖ ଅହେସାନ, ସେଖ ରିୟାଜୁଦ୍ଦିନ, ସେଖ ମିନହାଜ ପ୍ରମୁଖ ଧର୍ମସଭାକୁ ପରିଚାଳନା କରିଥିଲେ ।





