ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫେସ୍ୱୁକ୍ ରୁ ପ୍ରେମ ପରେ ଶାରୀରିକ ସଂପର୍କ ଆଉ ତାପରେ ନାବାଳିକା ପ୍ରେମିକା ର ଅନ୍ତରଙ୍ଗ ମୂହୁର୍ତ୍ତ ର ଫଟ କୁ ଭାଇରାଲ କରିବା ନେଇ ନାବାଳକ ପ୍ରେମିକ ମଙ୍ଗଳବାର ଗିରଫ ହୋଇଛନ୍ତି।ସୂଚନା ଥାଉକି ଧୁଶୁରୀ ଥାନା ଅଧିନ ପନ୍ଦରବାଟିଆ ଗ୍ରାମ ର ନାବାଳିକା ଛାତ୍ରୀ ତାଙ୍କର ମାମୁଁ ଘରେ କୋଠାର ରେ ରହି ପାଠ ପଡୁଥିଲେ ।ହେଲେ ନାବାଳିକା ଜଣ ଙ୍କ ଧାମନଗର ଥାନା କରଦା ଗ୍ରାମ ର ଜୈନିକ ନାବାଳକ ଛାତ୍ର ସହ ଫେସ ବୁକ୍ ରେ ସମ୍ପର୍କ ହୋଇଥିଲା। ଏପରି କି କରଦା ଠାରେ ଏକ ନିଚାଟିଆ
ସ୍ଥାନ ରେ ଶାରୀରିକ ସମ୍ପର୍କ ହୋଇ ଥିଲା ଏହି ଅନ୍ତରଙ୍ଗ ମୂହୁର୍ତ୍ତ ରେ ନାବାଳ ଫଟ ଉଠାଇ ଦେଇଥିଲା। ତେବେ ଉଭୟଙ୍କ ପ୍ରେମ ସମ୍ପର୍କ ନାବାଳିକା ର ପରିବାର କୁ ବିରୋଧ କରିବାରୁ ନାବାଳକ ଜଣକ ନାବାଳିକା ର ମାମୁଁ କ ପାଖ କୁ ଫଟ ପଠାଇବା ସହ ଭାଏରାଲ କରିଥିଲା।ପରେ ଛାତ୍ରୀ ଙ୍କ ପରିବାର ପକ୍ଷରୁ ଧୁଶୁରୀ ଥାନା ରେ ଅଭିଯୋଗ ପରେ ପୋଲିସ ଏକ ଅପହରଣ ସହ ବିଭିନ୍ନ ଦଫା ରେ ଅଭିଯୁକ୍ତ ନାବାଳକ କୁ କରଦା ଠାରୁ ଗିରଫକରି ଅନୁଗୁଳ ସ୍ଥିତ ବାଲ ସଦନ ଗୃହ ରେ ରଖାଯାଇଛି।








