Home ଜିଲ୍ଲା ପରିକ୍ରମା ଫେରିବାଲା ବୃଦ୍ଧ ବୃଦ୍ଧା ସାମାଜିକ ସୁରକ୍ଷାରୁ ବଞ୍ଚିତ

ଫେରିବାଲା ବୃଦ୍ଧ ବୃଦ୍ଧା ସାମାଜିକ ସୁରକ୍ଷାରୁ ବଞ୍ଚିତ

47

ନୟାଗଡ଼ ୧୭/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ବୃଦ୍ଧ ବୃଦ୍ଧା ମାନଙ୍କର ସାମାଜିକ ସୁରକ୍ଷା ପାଇଁ ବହୁବିଧ ଯୋଜନା କରିଛନ୍ତି। କିନ୍ତୁ ପ୍ରଶାସନିକ ଅଣଦେଖା ଯୋଗୁଁ ବୃଦ୍ଧ ବୃଦ୍ଧା ମାନେ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଙ୍କ ପାଇଁ ଭତ୍ତା ଯୋଜନା କରିଛନ୍ତି। କିନ୍ତୁ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ନପାଇଁ ଦଉଡି ଦଉଡି ହତାସ ହେଉଛନ୍ତି। ସେହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କନ୍ଧନୟାଗଡ ଗ୍ରାମପଞ୍ଚାୟତ ୬ ନଂ ୱାର୍ଡରେ। ୬ ନଂ ୱାର୍ଡର ରଘୁନାଥ ସାହୁ (୬୮) ଜଣେ ଗରିବ ନିରୀହ ଫେରିବାଲା। ଗାଁ ଗାଁ ରେ ବୁଲି ଫେରି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇ ଆସୁଥିଲେ। କିନ୍ତୁ ବାର୍ଦ୍ଧକ୍ୟରେ ଉପନିତ ହେବାପରେ ଆଉ ଫେରି ବ୍ୟବସାୟକୁ ଯାଇ ପାରୁନାହାଁନ୍ତି। ଘରେ ତାଙ୍କ ସ୍ତ୍ରୀ ସୀତା ସାହୁ (୬୪) ମଧ୍ୟ ବାର୍ଦ୍ଧକ୍ୟରେ ଉପନିତ।

୨ ପୁଅ ସେମାନେ ମୁଲ ମଜୁରୀ ଲାଗି ସେମାନଙ୍କ ପରିବାର ପୋଷୁଛନ୍ତି। ହେଲେ ବୃଦ୍ଧ ରଘୁନାଥ ଓ ସୀତା ଏବେ ବେସାହାରା। ରଘୁନାଥ ଙ୍କ କହିବା ଅନୁଯାଇ ୨୦୧୭ ମସିହା ଓ ୨୦୧୯ ମସିହାରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ। ୨୦୨୧ ମସିହାରେ ମଧ୍ୟ ଅନ୍ ଲାଇନରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ହେଲେ ବାର୍ଦ୍ଧକ୍ୟ ଭତ୍ତା ନପାଇ ଏବେ ହତାସ। ଏ ସର୍ମ୍ପକେ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନୀ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ବୃଦ୍ଧ ରଘୁନାଥ ଓ ସୀତା କେହିବି ଅନଲାଇନ ରେ ଆବେଦନ କରିଥିବା ଜଣାପଡୁନାହିଁ। ଆମ୍ଭେ ସରପଞ୍ଚ ଙ୍କୁ କହିଛୁ ପୁଣିଥରେ ତାଙ୍କ ଠାରୁ କାଗଜାତ ଆଣି ଆବେଦନ କରିବା ପାଇଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.