Home ଜିଲ୍ଲା ପରିକ୍ରମା ଫେରିଗଲେ ବୌଦ୍ଧ ଧର୍ମଗୁରୁ, ଷୋଳମପୁର ବୌଦ୍ଧବିହାର ବାର୍ତ୍ତା ବିଶ୍ୱସ୍ତରରେ ପହଞ୍ଚାଇବାକୁ ପ୍ରତିଶ୍ରୁତି

ଫେରିଗଲେ ବୌଦ୍ଧ ଧର୍ମଗୁରୁ, ଷୋଳମପୁର ବୌଦ୍ଧବିହାର ବାର୍ତ୍ତା ବିଶ୍ୱସ୍ତରରେ ପହଞ୍ଚାଇବାକୁ ପ୍ରତିଶ୍ରୁତି

79

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀର ଷୋଳମପୁର ବୌଦ୍ଧବିହାରରେ ଗତ ଦୁଇ ଦିନ ଧରି ଅବସ୍ଥାନ କରିଥିବା ଆର୍ନ୍ତଜାତୀୟ ବୌଦ୍ଧଧର୍ମମଣ୍ଡଳୀ ଧଉଳୀ ଠାରେ ଅନୁଷ୍ଠିତ ବୌଦ୍ଧ ମହାସଭାରେ ଯୋଗଦେବା ଉପଲକ୍ଷେ ମଙ୍ଗଳବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୌଦ୍ଧ ଧର୍ମର ପୃଷ୍ଠପୋଷକ ବିଶ୍ୱମ୍ଭର ରାଉତଙ୍କ ସଂଯୋଜନାରେ ଜାପାନର ପ୍ରଖ୍ୟାତ ବୌଦ୍ଧଧର୍ମଗୁରୁ ଜୁନସେଇ ତେରାସାୱା, ନେପାଳର ବୌଦ୍ଧଧର୍ମଗୁରୁ ବିବେକ ବେମଜାନ, ପାଖରିନ ସାଜା, କାଜାକସ୍ତାନର ବୌଦ୍ଧ ଧର୍ମଗୁରୁ ଆଲେକ୍ସି ସ୍ମଗଲ୍ୟ, ମହାରାଷ୍ଟ୍ରର ସମ୍ରାଟ ରହି ସୋଡାୱାତେ, ବିନୋଦ ମଲ୍ଲାରୀ, କମଲ କିଶୋର ଭଟ୍ଟ, ଅରୁଣାଚଳପ୍ରଦେଶର ଦୀପକ ଠାକୁରଙ୍କୁ ଅଧ୍ୟାପକ ଅନାଦି ଚରଣ ସାହୁ, ସୁରଥ ଦାସଙ୍କ ପରିବାର ପକ୍ଷରୁ ଉତ୍ତରୀୟ ପ୍ରଦାନ କରାଯାଇ ବିଦାୟ ଦେଇଥିଲେ। ଷୋଳମପୁର ବୌଦ୍ଧବିହାରର ଐତୀହ ଓ କିର୍ତ୍ତିରାଜି ଅନନ୍ୟ ଓ ଏହାର ବିବରଣୀ ଆର୍ନ୍ତଜାତୀୟ ସ୍ତରରେ ପ୍ରଚାର କରିବେ ବୋଲି ପ୍ରକାଶ କରିବା ସହ ବୌଦ୍ଧ ଧର୍ମବାଣୀ ପ୍ରଚାର ପ୍ରସାର କରିବାକୁ ପ୍ରତିବର୍ଷ ବିପୁଳ ସଂଖ୍ୟାରେ ଅସିବେ ବୋଲି ଧର୍ମଗୁରୁମଣ୍ଡଳୀ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.