ବାଲିଗୁଡା, ୨୧/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଏକ ବଳାତ୍କାର ମାମଲାରେ ସମ୍ପୃକ୍ତ ଥାଇ ୧୨ ବର୍ଷ ଧରି ଫେରାର୍ଥିବା ଅଭିଯୁକ୍ତଙ୍କୁ ସୋମବାର ଦାରିଙ୍ଗବାଡ଼ି ଥାନା ପୋଲିସ ଗିରଫ କରିଛି।
ସେ ହେଲେ ପର୍ତ୍ତମାହା ପଞ୍ଚାୟତ ମୁଣ୍ଡୁଲାବାଲି ଗ୍ରାମର ଜିତେନ୍ଦ୍ର କୁମାର ନାୟକ। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତି। ତାଙ୍କ ନାମରେ ଜିଆର କେସ ନଂ.୧୧/୨୦୦୮ ରହିଥିଲା।