Home ଜିଲ୍ଲା ପରିକ୍ରମା ଫେବୃଆରୀ ୨୦ ଜନ୍ତୁଆଳି ଛକଠାରେ ରେଳରୋକକୁ ସଫଳ କରିବା ପାଇଁ ,ଘେଂଟଶ୍ୱର ଠାରେ ସିପିଆଇ(ଏମ) ପକ୍ଷରୁ...

ଫେବୃଆରୀ ୨୦ ଜନ୍ତୁଆଳି ଛକଠାରେ ରେଳରୋକକୁ ସଫଳ କରିବା ପାଇଁ ,ଘେଂଟଶ୍ୱର ଠାରେ ସିପିଆଇ(ଏମ) ପକ୍ଷରୁ ସାଧାରଣ ବୈଠକ

11

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳ ଚଳାଚଳ କରିବା, ଧାମରା ବନ୍ଦର ଓ ଧାମରା- ଭଦ୍ରକ ରେଳପଥକୁ ସରକାରଙ୍କ ମାଲିକାନାକୁ ଫେରାଇ ଆଣିବା ଦାବିରେ ଆସନ୍ତା ଫେବୃଆରୀ-୨୦ ରେ ଭଦ୍ରକ-ଧାମରା ରେଳପଥରେ ଜନ୍ତୁଆଳି ଛକ ଠାରେ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ସକାଳ ୮ ଘଟିକା ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ୮ ଘଂଟିଆ ରେଳରୋକ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ରେଳରୋକ ଆନ୍ଦୋଳନକୁ ସିପିଆଇ(ଏମ) ଘେଂଟଶ୍ୱର ଶାଖା ପକ୍ଷରୁ ଗୋପିନାଥପୁର ଠାରେ ଆହୂତ ସାଧାରଣ ବୈଠକରେ ସମର୍ଥନ କରାଯାଇଛି । ହଜାର ହଜାର ଏକର ଚାଷଜମି, ସାଧାରଣ ଲୋକଙ୍କ ଘରଡିହ, ବିଭିନ୍ନ ଗ୍ରାମର ସ୍ମଶାନ ଜମି, ଗୋଚର ଆଦି ଭଦ୍ରକ ଜିଲ୍ଲା ବାସୀ ସବୁଦିନ ପାଇଁ ହରାଇଥିବା ବେଳେ ଭଦ୍ରକ- ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବା ଜିଲ୍ଲାବାସୀଙ୍କ ନ୍ୟାଯ୍ୟ ଦାବି ବୋଲି ସିପିଆଇ(ଏମ) ପକ୍ଷରୁ ସାଧାରଣ ବୈଠକରେ ଆଜି ପ୍ରକାଶ କରାଯାଇଛି । ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନସ୍ଥ ଚର୍ଦିଆ ଠାରେ ଭିଡହିଂସା ଯୋଗୁ ଜଣେ ଚାଷୀ ଆତ୍ମହତ୍ୟା କରିବା, ମଉସୁଧା ଠାରେ ଭୂଇଁବୃତି ପଂଚାୟତର ଜଣେ ନାବାଳକକୁ କିଛି ଅସାମାଜିକ ଯୁବକ ଗଛରେ ବାନ୍ଧି ପିଟିବା ଘଟଣା କୁ ସିପିଆଇ(ଏମ) ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ମନ୍ତେଇ ନଦୀରେ ବାଲିଆପାଳ ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବା, ପଂଚୁଟିକ୍ରି ପୋଲ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ଗଦି-ପଂଚୁଟିକ୍ରି ରାସ୍ତା, ଦିଗଛିଆ- ବାଲିଆପାଳ ରାସ୍ତାର ପୁନଃ ନିର୍ମାଣ, ଘେଂଟଶ୍ୱର ବଜାରରେ ଭେଣ୍ଡିଂ ଜୋନ୍ ନିର୍ମାଣ କରିବା ଆଦି ଦାବିରେ ଆନ୍ଦୋଳନ କରିବା ପାଇଁ ବ୍ରାଂଚ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ରାଜ୍ୟରେ ଧାନ ବିକ୍ରିରେ ସରକାରୀ ଅବ୍ୟବସ୍ଥାର ସୁଧାର ଆଣିବା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ପୂର୍ବପରି ଏମ୍‌ଏନ୍‌ଆରଇଜିଏସ୍ ଯୋଯନା କୁ କାର୍ଯ୍ୟକାରୀ କରିବା ଆଦି ଦାବି ନେଇ ଆସନ୍ତା ଫେବୃଆରୀ-୧୨ ତାରିଖ ଭାରତ ବନ୍ଦ ପରିପ୍ରେକ୍ଷୀରେ ଘେଂଟଶ୍ୱର ଅଂଚଳରେ ଏହି ବଂଦ କୁ ସଫଳ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଇଂ କାହ୍ନୁ କିଶୋର ସାହୁ, ଯୁବନେତା ଦୀପକ ଦାସ, ଯୁବନେତା କାର୍ତିକ ନାଥ, ଯୁବନେତା ବିଜୟ ଜେନା, ବରିଷ୍ଠ ନେତା ଜୟୀରାମ ଦାସ, ଘେଂଟଶ୍ୱର ବ୍ରାଂଚ ସଂପାଦକ ଚକ୍ରଧର ଦାସ, ବରିଷ୍ଠ ନେତା ବାମଦେବ ମଲ୍ଲିକ, ନବଘନ ନାଥ, ବିଜୟ ସାହୁ, ନିରଞ୍ଜନ ଯେନା, ମୋହନ ଦାସ, ସୁରେନ୍ଦ୍ର ଦଳେଇ, ଅନାଦି ଯେନା ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.