ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ଗାଁ ରେ ପାଣି ପଶି ରାସ୍ତା ଉପରେ ବହୁଛି ବନ୍ୟା ଜଳ। ଜଳ ବନ୍ଦୀ ରେ ସାଧାରଣ ଜନତା। ମାଳଦା ଓ ଷୋଳମପୁର ଗ୍ରାମ ପଂଚାୟତ ର ବିଭିନ୍ନ ଅଂଚଳରେ ବନ୍ୟା ଜଳ ଯୋଗୁଁ ରାସ୍ତା ଉପରେ ପାଣି ବହୁଥିବା ରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଜଳ ବନ୍ଦୀ ରେ ସାଧାରଣ ଜନତା । ବନ୍ୟା ପ୍ରଭାବିତ ଅଂଚଳରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଙ୍କ ସମେତ ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀଙ୍କ ଓ ବିଭାଗୀୟ ଅଧିକାରୀ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସାଧାରଣ ଜନତାଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ । ସାଧାରଣ ଜନତାଙ୍କ ସୁରକ୍ଷା ସହ ସମସ୍ୟା ର ସମାଧାନ ଓ ଆବଶ୍ୟକ ମେଡ଼ିସିନ ଓ ଶୁଖିଲା ଖାଦ୍ୟ ପଦାର୍ଥ ଯୋଗାଇଦେବା ସହ ଧନଜୀବନ ସୁରକ୍ଷା ପ୍ରତି ନଜର ରଖିବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।
Home ଜିଲ୍ଲା ପରିକ୍ରମା ଫୁଲୁଛି ବୈତରଣୀ, ଗାଁରେ ପଶିଲାଣି ପାଣି , ଯୋଗାଯୋଗ ବିଚ୍ଛିନ୍ନ ଜଳବନ୍ଦୀରେ ଜନସାଧାରଣ ସ୍ଥିତି ଅନୁଧ୍ୟାନ...








