Home ଜିଲ୍ଲା ପରିକ୍ରମା ଫିନୋ କେଂଟ୍ରାଲର ୫ମ ପ୍ରତିଷ୍ଠା ଦିବସରେ ଛାତ୍ର ଛାତ୍ରୀ ,ଶିକ୍ଷକ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ ହେଲେ

ଫିନୋ କେଂଟ୍ରାଲର ୫ମ ପ୍ରତିଷ୍ଠା ଦିବସରେ ଛାତ୍ର ଛାତ୍ରୀ ,ଶିକ୍ଷକ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ ହେଲେ

5
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର କଲ୍ୟାଣ ମଣ୍ଡପ ପରିସରରେ ଫିନୋ କେଂଟ୍ରାଲ ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଫିନୋ କେଂଟ୍ରାଲ ଏକ ପ୍ରମୁଖ ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥା ଯାହା ଦେଶର ଯୁବପିଢ଼ିଙ୍କ ଜ୍ଞାନ, ଦକ୍ଷତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି। ଦେଶର ଓ ଦେଶ ବାହାରେ ବିଭିନ୍ନ ସ୍କୁଲ ଓ କଲେଜ ସହ ମିଶି, ସଂସ୍ଥା ଛାତ୍ରଛାତ୍ରୀଙ୍କୁ ପ୍ରାଦ୍ୟୁଗିକ ଓ ଜୀବନମୂଳକ ଶିକ୍ଷା ଦେଇ ସେମାନଙ୍କୁ ଆର୍ôଥକ, ସାହିତ୍ୟ ଓ ପ୍ରଯୁକ୍ତି ବିଦ୍ୟାରେ ପାରଦର୍ଶୀ କରିବାକୁ ଲକ୍ଷ୍ୟ ରଖିଛି ବୋଲି କମ୍ପାନୀର ପ୍ରତିଷ୍ଠାତା ରମଣଜିତ ମହାନ୍ତି କହିଛନ୍ତି।ଏଥିରେ ମୁଖ୍ୟ ମାନବ ସମ୍ପଦ ଅଧିକାରୀ ତେଜସ୍ୱୀ ତ୍ରିପାଠୀ, ସହଯୋଗୀ ବିନାୟକ ଘୋଷ,କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ପ୍ରଦାନ କରିଥିବା ବେଳେ। ପରିଚାଳନା ସହଯୋଗୀ ନକ୍ଷତ୍ର ଦାଶ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ। ଓ ପ୍ରଶିକ୍ଷକ ସିଗ୍ଧା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ ଛାତ୍ର ଛାତ୍ରୀ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଧାମନଗର ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଶରତ ମହାନ୍ତିଙ୍କୁ ଫିନୋ କେଂଟ୍ରାଲ ପକ୍ଷରୁ ସ୍ମରଣୀୟ ସମ୍ବର୍ଦ୍ଧନା ଓ ଧାମନଗର ଅଂଚଳର ବରିଷ୍ଟ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.