ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫିନାଇଲ ପିଇବା କାରଣରୁ ନାବାଳିକା ଜଣକ ଗୁରୁତର ଭାବରେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଜାଣିବାକୁ ମିଳିଛି । ଏମିତି ଘଟଣା ରାଜଘରପୋଖରୀ ନାୟକସାହି ବିଦ୍ୟାଧର ନାୟକଙ୍କ ୧୩ବର୍ଷର ଝିଅ ପୂଜା ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ପୂଜାର ସ୍ୱାସ୍ଥ୍ୟାବସ୍ଥ ଖରାପ ଥିବା ବେଳେ ପରିବାର ପକ୍ଷରୁ ବାସୁଦେବପୁର ଡାକ୍ତରଖାନା,ଭଦ୍ରକ ଜିଲ୍ଲା ଡାକ୍ତରଖାନା ଓ ଏମସକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ଡାକ୍ତର କୈାଣସି ରୋଗ ନିରୁପଣ କରିପାରିନଥିବା ବେଳେ ହଠାତ ସଂଜ୍ଞାହୀନ ହୋଇ ପଡିଯିବା ସହିତ ଅସ୍ୱାଭାବିକ ଚାଲିଚଳଣକୁ ନେଇ ପରିବାର ଚିନ୍ତାଗ୍ରସ୍ଥ ଅବସ୍ଥାରେ ଦିନ କାଟୁଛନ୍ତି । ଆଜି ସଂଜ୍ଞାହୀନ ହେବା ପୁର୍ବରୁ ଟିବୱେଲ ନିକଟରେ ଥିବା ଫିନାଇଲ ବୋତଲକୁ ପାଣିଭାବି ପିଇଦେଇଥିଲେ । ପରେ ପରିବାର ପକ୍ଷରୁ ବାସୁଦେବପୁର ଡାକ୍ତରଖାନାକୁ ଗୁରୁତର ଭାବରେ ଅଣାଯାଇଥିଲା ।