Home ଜିଲ୍ଲା ପରିକ୍ରମା ଫାଶୀବାଦ ବିରୋଧୀ ଆନ୍ତର୍ଜାତିକ ବିଜୟ ଦିବସ ପାଳନ

ଫାଶୀବାଦ ବିରୋଧୀ ଆନ୍ତର୍ଜାତିକ ବିଜୟ ଦିବସ ପାଳନ

21

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫାଶୀବାଦୀ ନେତା ଆଡଲଫ୍ ହିଟଲର ଓ ତାଙ୍କ ନାଜି ବାହିନୀ ଙ୍କୁ ହରାଇ ବିଶ୍ୱ ଶ୍ରମିକ ଶ୍ରେଣୀର ଅନନ୍ୟ ଯୋଦ୍ଧା ତଥା ଋଷ ର ପୂର୍ବତନ ପ୍ରଧାନମନ୍ତ୍ରୀ ଜୋସେଫ୍ ଷ୍ଟାଲିନ ଙ୍କ ଲାଲ୍ ସେନା ବର୍ଲିନରେ ଅବସ୍ଥାପିତ ଜର୍ମାନ ପାର୍ଲାମେଣ୍ଟ ରାଇକଷ୍ଟାଗ୍ ଉପରେ ୧୯୪୫ ମେ ମାସ ୯ ତାରିଖରେ କମ୍ୟୁନିଷ୍ଟ ଆନ୍ତର୍ଜାତୀୟ ର ଲାଲ୍ ପତାକା ଉଡାଇଥିଲେ । ଏହି ଦିବସକୁ ବିଶ୍ୱ ଶ୍ରମିକ ଶ୍ରେଣୀ ଓ ବିଶ୍ୱର ପ୍ରଗତିଶୀଳ ଜନଗଣ ଫାଶୀବାଦ ବିରୋଧୀ ଆନ୍ତର୍ଜାତିକ ବିଜୟ ଦିବସ ଭାବେ ପାଳନ କରୁଛି । ଏହି ବିଜୟ ଅବଶ୍ୟମ୍ଭାବୀ ଜାଣି ୧୯୪୫ ମସିହା ଅପ୍ରେଲ ୩୦ ତାରିଖ ରେ ହିଟଲର ବିଷପାନ କରି ଆତ୍ମହତ୍ୟା କରିଥିଲେ । ଏହି ବିଜୟ ପରେ ପୂର୍ବ ଇଉରୋପ ର ବିଭିନ୍ନ ଦେଶରେ ସ୍ୱାଧୀନତା ଆନ୍ଦୋଳନ ମାନ ସଂଗଠିତ ହୋଇ କମ୍ୟୁନିଷ୍ଟ ପାର୍ଟି ଗୁଡିକ କ୍ଷମତା କୁ ଆସିଥିଲେ । ପଶ୍ଚିମ ୟୁରୋପ ର ସ୍ପେନ ଓ ଫ୍ରାନ୍ସ ଆଦି ଦେଶ ଗୁଡିକ ରେ ଶ୍ରମିକ ଶ୍ରେଣୀ ନେତୃତ୍ୱ ରେ ବିଶ୍ୱ ପୁଞ୍ଜିପତି ଶ୍ରେଣୀ ବିରୁଦ୍ଧରେ ବିପ୍ଲବ ସଂଗଠିତ ହୋଇଥିଲା । ଫାଶୀବାଦ ର ବିପର୍ଯ୍ୟୟ ପରେ ପୃଥିବୀର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଆନ୍ଦୋଳନ ସଂଗଠିତ ହୋଇଥିଲା । ପର୍ଯ୍ୟାୟ କ୍ରମେ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ ହୋଇ ଆମ ଦେଶ ଭାରତ ସ୍ୱାଧୀନତା ପାଇଥିଲା । ଏହି ଫାଶୀବାଦୀ ବିରୋଧୀ ଆନ୍ତର୍ଜାତିକ ବିଜୟ ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ଭଦ୍ରକ ବନ୍ତ ଛକ ଠାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ସିପିଆଇ(ଏମ) ର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ ଲାଲ୍ ପତାକା ଉତ୍ତୋଳନ କରିଥିବା ବେଳେ ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ଗିରିଧାରୀ ନାଥ, ଜିଲ୍ଲା କମିଟି ସଭ୍ୟା ସୁରଜିତା ନାୟକ, ଶ୍ରମିକ ନେତା ସେକ୍ ସିକ୍ରୁ, ଯୁବ ନେତା ମଣ୍ଟୁ ମୁଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ । ଭାରତରେ ଚାଲିଥିବା ଅର୍ଦ୍ଧ ଫାଶୀବାଦୀ ଶାସନ ବିରୁଦ୍ଧରେ ଲଢେଇ କରିବାକୁ ସିପିଆଇ(ଏମ) ନେତୃତ୍ୱ ଜିଲ୍ଲାବାସୀଙ୍କୁ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.