Home ଓଡ଼ିଶା ଫସି ରହିଥିବା ପଡ଼ୋଶୀ ରାଜ୍ୟ ଝାରଖଣ୍ଡର ୨୮ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ଘର ବାହୁଡ଼ା

ଫସି ରହିଥିବା ପଡ଼ୋଶୀ ରାଜ୍ୟ ଝାରଖଣ୍ଡର ୨୮ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ଘର ବାହୁଡ଼ା

183

ବଡ଼ବିଲ ,ତା ୦୭ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି ଏବଂ ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏହି ମହାମାରୀ ସହ ସଂଘର୍ଷ ଜାରି ରହିଛି । ଯେମିତି ଓଡିଆମାନେ ବାହାର ରାଜ୍ୟରେ ଫସିରହିଛନ୍ତି ସେହିଭଳି ବାହାର ରାଜ୍ୟରୁ ମଧ୍ୟ ବହୁ ଦିନ ମଜୁରିଆ ଭାବେ କାମ କରୁଥିବା ଲୋକ ଓଡ଼ିଶାରେ ଫସି ରହିଥିବା ଦେଖିବାକୁ ମିଳୁଛି । ଖବର ଅନୁଯାୟୀ ଝାରଖଣ୍ଡ ରାଜ୍ୟର ବୋକାରୋ ଜିଲ୍ଲାର କିଛି ଲୋକ ଯେଉଁମାନେ ବଡ଼ବିଲ ଯୋଡ଼ା କୋଇଡା ଖଣି ମଣ୍ଡଳରେ ରହି କାର୍ଯ୍ୟ କରୁଥିଲେ । ନିଜ ରାଜ୍ୟ ଓ ନିଜ ନିଜ ଘରକୁ ଫେରିଯିବା ପାଇଁ ଅନ୍ ଲାଇନ୍ ରେଜିଷ୍ଟ୍ରେସନରେ ଆବେଦନ କରିଥିଲେ । ତାଙ୍କୁ ନେବାପାଇଁ ବୋକାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବସ୍ ସହ ଦୁଇଜଣ ଅଧିକାରୀଙ୍କୁ ପଠାଯାଇଥିଲା । ସେମାନେ ବସ୍ ଯୋଗେ ଆସି ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡବିଲ ତହସିଲଦାର ଶ୍ରୀ କ୍ଷୀରୋଦ କୁମାର ବେହେରା ଉପସ୍ଥିତ ରହି ଉକ୍ତ ୨୮ଜଣ ଲୋକଙ୍କୁ ଆସିଥିବା ଉକ୍ତ ପଦାଧିକାରୀଙ୍କୁ ହସ୍ତାନ୍ତର କରି ଶୁଭକାମନା ଜଣାଇ ବିଦାୟ ଦେଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.