Home ଜିଲ୍ଲା ପରିକ୍ରମା ଫସଲ ହାନୀର କ୍ଷତିପୁରଣ ପାଇଁ ସିପିଆଇଏମ୍‌ର ଦାବି

ଫସଲ ହାନୀର କ୍ଷତିପୁରଣ ପାଇଁ ସିପିଆଇଏମ୍‌ର ଦାବି

79

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବାତ୍ୟାର ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ହଜାର ହଜାର ହେକ୍ଟର ଚାଷଜମି ଉଜୁଡ଼ି ଯାଇଥିବାବେଳେ ସେମାନଙ୍କ କ୍ଷତି ପୂରଣ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଥିବାବେଳେ ଆଜି ସିପିଆଇଏମ୍ ଧାମନଗର ଆଂଚଳିକ କମିଟି ପକ୍ଷରୁ ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବାତ୍ୟା ଏବଂ ବର୍ଷା ପ୍ରଭାବରେ ଧାମନଗର ବ୍ଲକର ପ୍ରାୟ ୮୦ଭାଗ ଧାନ ଓ ପନିପରିବା ଫସଲ ହାନି ଘଟିଛି । ଏଣୁ ତୁରନ୍ତ ସେମାନଙ୍କୁ କ୍ଷତିପୁରଣ ଦେବାପାଇଁ ସିପିଆଇଏମ୍ ପକ୍ଷରୁ ଦାବି କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ବେଳେ ସାଥୀ ଜୟନୁଲ ଆବେଦିନ୍‌, ସତ୍ୟମୁର୍ତ୍ତି ବେହେରା, ଦୂର୍ଗାଚରଣ ଅଧିକାରୀ, ବିପ୍ଳବ ଜେନା, ଏସ୍‌କେ ରାଜୁ, ଅଜୟ ବେହେରା, ରାମଚନ୍ଦ୍ର ଜେନା, ୱାସିମ ଆଲାମ, ନିରଂଜନ ପଣ୍ଡା, ପ୍ରତାପ ଦାସ, ଜାନକୀ ଜେନା, ପରମେଶ୍ୱର ଜେନା, ଦାମୋଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.