Home ଜିଲ୍ଲା ପରିକ୍ରମା ଫସଲ ଅମଳ ବେଳେ ବିଲରେ ହୁତୁହୁତୁ ହୋଇ ଜଳିଗଲା ହାରଭେସ୍ଟିଙ୍ଗ ମେସିନ

ଫସଲ ଅମଳ ବେଳେ ବିଲରେ ହୁତୁହୁତୁ ହୋଇ ଜଳିଗଲା ହାରଭେସ୍ଟିଙ୍ଗ ମେସିନ

22

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ବର୍ତମାନ ଚାଲିଛି ରବି ଧାନ ଅମଳର ସମୟ । ଏହି ଅମଳ ସମୟରେ ଦାଉ ସାଧୁଛି କାଳ ବୈଶାଖୀ ଝଡ ବର୍ଷା । ଝଡ଼ବର୍ଷା ଦାଉରୁ ନିଜ ଫସଲକୁ ରକ୍ଷା କରିବା ପାଇଁ ଚାଷୀମାନେ ତତ୍ପର ହୋଇ ଉଠିଛନ୍ତି । ଶୀଘ୍ର ଅମଳ ପାଇଁ ହାରଭେଷ୍ଟି ମେସିନର ସହାୟତା ନେଉଛନ୍ତି ଚାଷୀ । ବାଲେଶ୍ୱର ବସ୍ତା ଅଂଚଳର ପୁରସ୍ତମ ସାହୁଙ୍କ କୋବେଟା ହାରଭେସ୍ଟିଙ୍ଗ ମେସିନ ଚାନ୍ଦବାଲି ବ୍ଲକର ଖେରଙ୍ଗ ପଂଚାୟତ ଅନ୍ତର୍ଗତ ତଳବନ୍ଧ ଗ୍ରାମରେ କିଛି ଦିନ ଧାନ ଅମଳ କାର୍ଯ୍ୟ କରୁଅଛି । ମାତ୍ର ଗତକାଲି ବିଳମ୍ବିତ ରାତିରେ ବିଲରେ ଧାନ ଅମଳ କରୁଥିବା ବେଳେ କୌଣସି କାରଣରୁ ମେସିନରେ ନିଆଁ ଲାଗି ଯାଇଥିଲା । ମେସିନରେ ନିଆଁ ଲାଗିବା ଦେଖି ଚାଷୀ ସୂର୍ଯ୍ୟମଣୀ ବଳ ଅପରେଟରଙ୍କୁ ଡାକ ପକାଇଥିଲେ । ଅପରେଟର ସଙ୍ଗେ ସଙ୍ଗେ ଗାଡିରୁ ଓଲ୍ଲାହି ଦେଖିବା ସଙ୍ଗେ ସଙ୍ଗେ ପ୍ରାଣ ପ୍ରଣେ ଚେଷ୍ଟା କରିଥିଲେ ନିଆଁ କୁ ଆୟତ କରିବା ପାଇଁ ହେଲେ ନିଆଁ କୁ ଆୟତ କରିପାରିନଥିଲେ ପରେ ଅଗ୍ନି ସମ ବାହିନିକୁ ଫୋନ କରିଥିଲେ ଅଗ୍ନି ସମ ବାହିନୀ ପହଂଚିବା ବେଳକୁ ହାରବେଷ୍ଟିସଙ୍ଗି ମେସିନ କୋବେଟା କଈଐ୮୦୩୦୦ଇଖଞଏ୦୩୮୧୧ଟି ସମ୍ପୁର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ସବୁଠାରୁ ବଡକଥା ମେସିନ ରେ ଥିବା ୪ ରୁ ୫ ବସ୍ତା ଧାନ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବିଭାଗ ପହଂଚିି ନିଆଁ କୁ ଲିଭାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.